ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ପୌରପାଳିକାଙ୍କ ନଜରରୁ ଏହି ସମ୍ଭାବ୍ୟ ଦୁର୍ଘଟଣାକୁ କିଭଳି ଅଣଦେଖା

ନିକଟ ଅତୀତରେ ଖୋର୍ଦ୍ଧା ଜିଲ୍ଲା ବସଷ୍ଟାଣ୍ଡ ନିକଟରେ ଏକ ଅଧାଶୁଖିଲା ଗଛ ପଡିଯିବାରୁ ଜଣେ ସାମ୍ବାଦିକଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଏକ ପୁନରାବୃତ୍ତି ଦେଖିବାକୁ ମିଳୁଛି ରାଜଗାଙ୍ଗପୁର ବସ ନିକଟରେ। ଆମ ଫଟୋ ନ୍ୟୁଜ ଟାଇମସ୍ ର ରାଜଗାଙ୍ଗପୁର ସାମ୍ବାଦିକ ଦେବବ୍ରତ ମିତ୍ର ଏହାକୁ ଗୁରୁତ୍ୱର ସହ ନେଇ, ରାଜଗାଙ୍ଗପୁର ବସ ନିକଟରେ ଦୁଇବର୍ଷରୁ ଉର୍ଦ୍ଧ ସମୟ ଧରିରହିଥିବା ଶୁଖିଲା ଗଛଟିକୁ କିପରି କଟାଯିବ ସେଥିପାଇଁ ସଂକଳ୍ପ ନେଇଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଧନଜୀବନ ରକ୍ଷା ହୋଇପାରିବ। ସେ ନ୍ୟୁଜ ମାଧ୍ୟମରେ ଜନସାଧାରଣଙ୍କର ପ୍ରତିକ୍ରିୟା ନେବା ସହିତ ପୈରପାଳିକା ଚେୟାରମ୍ୟାନଙ୍କର ମତ ଓ ମନ୍ତବ୍ୟ ନେଇଛନ୍ତି। ଏହା ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ପୌରପାଳିକାଙ୍କ ନଜରରୁ ଏହି ସମ୍ଭାବ୍ୟ ଦୁର୍ଘଟଣାକୁ କିଭଳି ଅଣଦେଖା କରାଗଲା। ଏଠାରେ ଥିବା ଡାଲମିଆଁ ସିମେଣ୍ଟ ପ୍ଲାଣ୍ଟ ର “ପି.ଆର. ହେଡ୍” ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି।


ପ୍ରକାଶ ଥାଉକି ରାଜଗାଙ୍ଗପୁର ବସ୍ ଷ୍ଟାଣ୍ଡରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶୁଖିଲା ଗଛ କୁ ନେଇ ଜନ ଅସନ୍ତୋଷ ।ପ୍ରାୟ ଦୁଇବର୍ଷ ରୁ ଅଧିକ ହେବ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସରକାରୀ ବସ୍ ଷ୍ଟାଣ୍ଡ ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶୁଖିଲା ଗଛ କୁ ନେଇ ସ୍ଥାନୀୟ ଜନସାଧାରଣ ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନ ଓ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କୁ ଅବଗତ କରାଇଥିଲେ।

ପୈରପାଳିକା ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଙ୍କୁ ପ୍ରତିଶ୍ରୁତି ଦେଇ ଉକ୍ତ ଗଛ କଟା ଯିବ ବୋଲି କହିଥିଲେ। ମାତ୍ର ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସ୍ଥାନୀୟ ଲୋକମାନଙ୍କ ମଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଅଛି। ଉକ୍ତ ଗଛ କୈାଣସି ସମୟରେ ପଡ଼ି ଏକ ବଡ଼ ଦୁର୍ଘଟଣା ଘଟି ପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *