ଫଟୋ ନ୍ୟୁଜର ନ୍ୟୁଜ ଡେସ୍କକୁ ସ୍ୱାଗତ କରୁଛି ମୁଁ ରଶ୍ମିତା।
ସୌମ୍ୟଶ୍ରୀ ବିଶିଙ୍କୁ ବର୍ତମାନ ମିଳୁଛି ଏକ ସହିଦର ସମ୍ମାନ। ଯେକି ନାରୀମାନଙ୍କ ପାଇଁ ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧକରି ନିଜ ଜୀବନ ହାରିଦେଇଛନ୍ତି। ଯଦିଓ ଆତ୍ମହତ୍ୟା କରିବା ନ୍ୟାୟିକ ବ୍ୟବସ୍ଥାରେ ଏକ ଅପରାଧ। କିନ୍ତୁ ଏହି କ୍ଷେତ୍ରରେ ସେ ଆତ୍ମହୂତି ଦେଇଛନ୍ତି ବ୍ୟବସ୍ଥାର ପରିବର୍ତନ ଆଣିବା ପାଇଁ। ମୁର୍ତ୍ୟୁ ପୂର୍ବରୁ ସେ ଥିଲେ ତାଙ୍କ ବାପା ବିଶିଙ୍କ ଝିଅ। କିନ୍ତୁ ଏବେ ସେ ହେଉଛନ୍ତି ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ବଳିଦାନ ଦେଇଥିବା ଜଣେ ଅଗ୍ନିକନ୍ୟା। ଏହି ବଳିଦାନ ଦ୍ୱାରା ସାମାଜିକ, ରାଜନୈତିକ, ଏବଂ ଶାସନ ବ୍ୟବସ୍ଥାରେ ନାରୀମାନଙ୍କୁ ମିଳିବ ନ୍ୟାୟ। ପୀଡିତାଙ୍କ ପିତାଙ୍କର ମନ୍ତବ୍ୟକୁ ସମ୍ମାନ ଦେବା ଉଚିତ।

କିନ୍ତୁ ପୀଡ଼ିତାଙ୍କ ବଳିଦାନର ସ୍ଥାନ, ତାଙ୍କ ପିତାଙ୍କର ମନ୍ତବ୍ୟ ଅନୁରୋଧ ଠାରୁ ବହୁ ଉପରେ। ଏହି ଘଟଣାରୁ ଓଡିଶା ବାସି ଶିକ୍ଷାଲାଭ କଲେ ଯେ, ନାରୀନିର୍ଯ୍ୟାତନା ରୋକିବା ପାଇଁ କେବଳ ଅଭିଯୋଗ ବାକ୍ସ ଯଥେଷ୍ଟ ନୁହଁ। ଏହା ଖୋଲାଯାଉଛି କି ନାହିଁ। ଏହାକୁ ଜଣେ ବ୍ୟକ୍ତି କିମ୍ବା ଏକ କମିଟି ଖୋଲୁଅଛି। ଏହିଭଳି ଅଭିଯୋଗ ବାକ୍ସ ସରକାରୀ ଦଳ, ବିରୋଧୀ ଦଳମାନେ, ପୋଲିସ ବିଭାଗ ଏବଂ ବିଭାଗୀୟ ସଚିବମାନେ ସର୍ବସାଧାରଣଙ୍କ ପାଇଁ ରଖିବାର ଆବଶ୍ୟକତା ଅଛି। ସାମ୍ବାଦିକ ମାନେ ମଧ୍ୟ ଏଭଳି ଅଭିଯୋଗକୁ ଗଭୀରତାର ସହ ଗ୍ରହଣ କରି, ଏହାର ପ୍ରତିକାର ସମ୍ପର୍କରେ ପୀଡ଼ିତାଙ୍କ ସହିତ ସାମିଲ ହେବା ଉଚିତ। ଏହାର ଏକ ଉଦାହରଣ ହେଉଛି ଓଟିଭିର କାର୍ଯ୍ୟକ୍ରମ “ଆପଣ ଏକ ନୁହନ୍ତି “। ଏହି ଆନ୍ଦୋଳନ ସାମାଜିକ ପରିବର୍ତନ ପାଇଁ କେତେ ଲାଭଦାୟକ ହେବ ତାହା ସମୟ କହିବ। ଆମର ଅସମର୍ଥିତ ସର୍ଭେ ରିପୋର୍ଟ କହୁଛି ଯେ, ଆଉଟ ସୋରସିଂ ମହିଳାମାନେ ସର୍ବାଧିକ କାଷ୍ଟିଙ୍ଗ କାଉଚର ଶିକାର ହେଉଛନ୍ତି। ଅଫିସର ଏବଂ ସେମାନଙ୍କ ଉପରିସ୍ଥ କର୍ମଚାରୀ ମାନେ ” ଫେଭର ବଦଳରେ ଫେଭର” ଦିୟନ୍ତି। ଏହାପରେ ବାଘ ମଣିଷ ରକ୍ତ ଚାଖିଲା ପରି, କାମାନ୍ଧପୁରୁଷ ମାନେ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି। ବର୍ତମାନ ଏହାକୁ ଲଗାମ ଦେବାର ସମୟ ଆସିଛି।
ଫଟୋ ନ୍ୟୁଜ ଟାଇମସର ରିପୋର୍ଟ।
