ହସ୍ତତନ୍ତ ଉତ୍ସାବରେ ଏକତା ଉତ୍ସବ

ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଏବଂ ‘ଏକତା’ ଉତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ।
 ମନ୍ତ୍ରୀ  କହିଲେ “ଆମ ବୁଣାକାର ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା” ।
ଜନତା ମଇଦାନଠାରେ ପାଳନ ହେବ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ।  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍ଘାଟନ କରିବେ। ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଚଳଚିତ୍ର ତାରକା ମାଧୁରୀ ଦୀକ୍ଷିତ ନେନେ। ଅଗଷ୍ଟ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ‘ଏକତା’ ଉତ୍ସବ।
୭ ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ। ଫ୍ୟାଶନ୍ ଶୋ  ସହ ଲେଜର୍ ସୋ ଆୟୋଜନ।  ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ।
ଫୁଡ୍ କୋର୍ଟ, ପ୍ଲେ ଜୋନ୍ ସହ ୬୦ଟି ଷ୍ଟଲ ସ୍ଥାପନ ହେବ। ଅଂଶଗ୍ରହଣ କରିବେ ୧୫୦୦ ରୁ ଅଧିକ ବୁଣାକାର ଏବଂ ପୁରସ୍କୃତ ହେବେ ବୁଣାକାର । ଆୟୋଜନ ହେବ କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରମାନଙ୍କ ସହ ୱାନ୍ ଟୁ ୱାନ୍ ଅଧିବେଶନ ଓ ବିଭିନ୍ନ କର୍ମଶାଳା। ଉତ୍ସବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମନ୍ତ୍ରୀ ପ୍ରଦିପ ବଳସାମନ୍ତ।
ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ମାନ୍ୟବର ମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।
ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସର  ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *