ୟୁ.ଏ.ଆଇ.ଏଲ. ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହର “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ”।

ୟୁ.ଏ.ଆଇ.ଏଲ. ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହର ସ୍ଲୋଗାନ୍ ହେଉଛି “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ”। ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି । “ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିକଶିତଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” ଉଦ୍ଦେଶ୍ୟ ନେଇ କମ୍ପାନୀ ପରିସରରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ସୁରକ୍ଷା ସପ୍ତାହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସଚେତନତା ନିମନ୍ତେ ଶ୍ରୀ ମିଶ୍ରଙ୍କ ଦ୍ୱାରା ଏକ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଅଛି । ଏଥିସହିତ କାରଖାନା ପରିସରରେ କର୍ମଚାରୀଙ୍କ ଦ୍ୱାରା ଶୋଭାଯାତ୍ରା ବାହାରି କାରଖାନା ସିସିଆର କାର୍ଯ୍ୟାଳୟରେ ପହଞ୍ଚିଥିଲା । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କାରଖାନା ମୁଖ୍ୟ ଶ୍ରୀ ମିଶ୍ର, କର୍ମଚାରୀଙ୍କୁ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସହ ନିଜ କାର୍ଯ୍ୟସ୍ଥଳରେ କିପରି ସୁରକ୍ଷା ନିର୍ଦେଶାବଳୀ ଅନୁପାଳନ କରିବେ ସେନେଇ ମନ୍ତବ୍ୟ ଦେଇଥିଲେ । ଯଦି କାରଖାନା ପରିସରରେ ସୁରକ୍ଷା ସଂକ୍ରାନ୍ତୀୟ ମାର୍ଗଦର୍ଶିକା ପାଳନ ନହୁଏ, କର୍ମଚାରୀ ଉକ୍ତ କାର୍ଯ୍ୟ ନକରି ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ମନା କରିପାରିବେ ବୋଲି ସେ କହିଥିଲେ । କାରଖାନାର ପ୍ରତ୍ୟେକ କର୍ମଚାରୀ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ତେବେ କାରଖାନାର ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଓଡ଼ିଆ ଏବଂ ଇଂରାଜୀରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୟ କୁମର, ଏଫ.ଏଚ. ମାନବସମ୍ବଳ, ଉତ୍ତମ ଗିରି, ଏଫ ଏଚ. ଅପରେଶନ, ଶ୍ରୀ ବିଶ୍ୱଜିତ , ଏଫ.ଏଚ ସେଫଟି ଓ ଫାୟାର ଅଫିସରଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *