ରାୟଗଡା ଜିଲ୍ଲା କଲନରା ବ୍ଲକ ମିଟ୍ସ ପରିସରରେ ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ଓ ମିଟସ ଇଞ୍ଜିନିଅରିଂ କଲେଜ, ରାୟଗଡା ଆନୁକୂଲ୍ୟରେ କେ.ବି.କେ. ଜିଲ୍ଲା ଜନଜାତି ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ମିଟସ କଲେଜ ପରିସରରେ ୨ଦିନିଆ “ଯୁବା ପ୍ରଶିକ୍ଷଣ ଶିବିର” ଉଦଘାଟନ ହୋଇଛି। ସ୍ଥାନୀୟ ଗାୟତ୍ରୀ ମନ୍ଦିର ପୀଠରେ ଗାୟତ୍ରୀ ମନ୍ତ୍ରରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଅତିଥି ମାନଙ୍କୁ ମାଲ୍ୟାର୍ପଣ ସହ ମିଟସ ଛାତ୍ରଛାତ୍ରୀଙ୍କ ରବୀନ୍ଦ୍ର ମଟମ ମିଟସ ଢେମାସ ଗ୍ରୁପ ତରଫରୁ ପାରମ୍ପରିକ ବନବାସୀ ନୃତ୍ୟ ପରିବେଷଣ ସହକାରେ ଅତିଥିମାନଙ୍କୁ ସ୍ୱାଗତ ସହ ଆପ୍ୟାୟିତ କରି ଶିବିର ସ୍ଥଳକୁ ପାଛୋଟି ନେଇଥିଲେ।

ଏହି ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ମିଟସ ଇଞ୍ଜିନିଅରିଂ କଲେଜ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘର ରାଜ୍ୟ କ୍ରାନ୍ତ ପ୍ରଚାରକ ଶ୍ରୀ ଶଙ୍କର ପଣ୍ଡା, ସମ୍ମାନିତ ଅତିଥି ବନବାସୀ କଲ୍ୟାଣ ଆଶ୍ରମ ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହନ୍ତ,ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟି, ଅଖିଳ ଭାରତୀୟ ସଦସ୍ୟା ମୀନା ମୁର୍ମୁ, କୋଟପାଡୁ ବିଧାୟକ ଶ୍ରୀ ଭୃଗୁ ଭତ୍ରା, ବନବାସୀ କଲ୍ୟାଣ ଆଶ୍ରମ ସହ ପ୍ରାନ୍ତ ସଂଯୋଜକ ଯୁବା ଆୟମ୍ଭ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ଏମାଟିର ବୀରପୁତ୍ର ସହୀଦ ବିର୍ସା ମୁଣ୍ଡା, ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରିବା ସହ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠା ଠାରୁ ବର୍ତ୍ତମାନର ପରିଚାଳନା, ଜନଜାତି ମାନଙ୍କ ହକ ଓ ଅଧିକାର ସମ୍ପର୍କରେ ନିଜ ନିଜର ମତ ପୋଷଣ କରିଥିଲେ।

ଏହି ବନବାସୀ “ଯୁବା ପ୍ରଶିକ୍ଷଣ ଶିବିରରେ ୮ ଗୋଟି ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ବନବାସୀ ଭାଇ ଓ ଭଉଣୀ ମାନେ ଯୋଗଦେଇଥି ଲେ।

ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ.
