୨୦ ତମ ମିଡିଆ ଏକ୍ସଲେନ୍ସି ଆୱାର୍ଡ

ମିଡ଼ିଆ ଫେଡେରେସନ ଅଫ୍ ଇଣ୍ଡିଆ ତରଫରୁ ନୂଆ ଦିଲ୍ଲୀର ବି ଏସ୍ ଜେଡ ରୋଡସ୍ଥିତ ପିରେଲାଲ – ଗାନ୍ଧୀ ମେମୋରିଆଲ ହଲ୍ (ଆଇ ଟି ଓ) ଠାରେ ଫେଡେରେସନର ରାଷ୍ଟ୍ରୀୟ ସଭାପତି ଅରୁଣ ଶର୍ମାଙ୍କ ସଭାପତିତ୍ବରେ ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ ୨୦ ତମ “ମିଡିଆ ଏକ୍ସଲେନ୍ସି ଆୱାର୍ଡ” ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ଜାତୀୟ ବିଦ୍ୟୁତ୍ ଗଣମାଧ୍ୟମର ଶ୍ରୀବର୍ଦ୍ଧନ ତ୍ରିବେଦୀ, ସଞ୍ଜୟ ଦ୍ଵିବେଦୀ, ପ୍ରତୀକ ତ୍ରିବେଦୀ ପ୍ରଦ୍ଵୀପ ପ୍ରଜ୍ଜ୍ଵଳନ କରି ସଭାକୁ ଉଦଘାଟନ କରିଥିଲେ l

ତାଙ୍କ ଅଭିଭାଷଣରେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ଏହା ଗଣତନ୍ତ୍ରର ସୁରକ୍ଷା କବଚ ଭାବେ କାର୍ଯ୍ୟ କରେ। ସାମ୍ବାଦିକମାନଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରାଗଲେ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି ହେବା ସହ ଦେଶରେ ଅରାଜକତାର ପରିସ୍ଥିତି ଦେଖାଦେଇପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଶାର ଅନ୍ୟତମ ଅଗ୍ରଗଣ୍ୟ ସମ୍ବାଦପତ୍ର ‘ଜାତୀୟ ଚେତନା’ର ସମ୍ପାଦକ ତପନ ବିହାରୀ ଭଞ୍ଜଙ୍କୁ “ବର୍ଷର ଶ୍ରେଷ୍ଠ ଓଡ଼ିଶା ସାମ୍ବାଦିକ” ସମ୍ମାନରେ ଭୂଷିତ କରାଯାଇଥିଲା। ଶେଷରେ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ ସହ ଆକର୍ଷଣୀୟ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ତଥା ଅବସରପ୍ରାପ୍ତ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଗତ 21ତାରିଖ ଶନିବାର ମିଡ଼ିଆ ଫେଡେରେସନ ଅଫ ଇଣ୍ଡିଆ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମ ରେ ଶ୍ରୀ ମହାପାତ୍ରଙ୍କୁ ଶ୍ରେଷ୍ଠ ମିଡ଼ିଆ ମ୍ୟାନେଜମେଣ୍ଟ ଅର୍ଗନାଇଜର ଷ୍ଟେଟ ଆୱାର୍ଡ ପ୍ରଦାନ କରାଯାଇଛି।ସେ ନିଜ କାର୍ଯ୍ୟକାଳ ମଧ୍ୟରେ ମିଡ଼ିଆ ମ୍ୟାନେଜମେଣ୍ଟ କରି ସମସ୍ତ ସାମ୍ବାଦିକ ଓ ଅଧିକାରୀ ମାନଙ୍କ ପ୍ରିୟପାତ୍ର ହୋଇଥିଲେ।ଏଥିସହ ବହୁ ଅନୁଷ୍ଠାନରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।

ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *