୨୫୦ ସାମ୍ବାଦିକ ମାନଙ୍କ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳନ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ -୨୦୨୬ ପାଳନ। “ଜିଲ୍ଲା ସ୍ତରୀୟ ୨୫୦ ସାମ୍ବାଦିକଙ୍କ
ଯୋଗଦାନ “। ରାୟଗଡା ଜିଲ୍ଲା ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରାୟଗଡା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଅଧକ୍ଷ୍ୟତରେ ମୁଖ୍ୟ ଅତିଥିଭାବେ ମାନ୍ୟବର ରାୟଗଡା ବିଧାୟକ କାଡ୍ରାକା ଆପଲ ସ୍ୱାମୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,ଅତିରିକ୍ତ ଜିଲ୍ଲାପାଳ ରାୟଗଡା ନବୀନ ଚନ୍ଦ୍ର ନାୟକ, ସମ୍ୱନ୍ୱିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସ୍ଥା ରାୟଗଡା ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ,ଜିଲ୍ଲା ଆରକ୍ଷୀ ଅଧିକାରୀ ଭୀମସେନ ନାୟକ, ଉତ୍କଳ ଆଲୁମିନା କମ୍ପାନୀ ଲୋକ ସମ୍ପର୍କ ଅଧିକାରୀ ଅମଜାଦଅଲ୍ଲୀ,ମୁଖ୍ୟବକ୍ତା ନିମନ୍ତ୍ରିତ ଅତିଥି ମାଁ ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଭବାନୀପାଟଣା (କଳାହାଣ୍ଡି) ଅଧ୍ୟାପକ ଡ଼ଃ. ଉମେଶ ଚନ୍ଦ୍ର ଶତପଥି ମଞ୍ଚାସିନ ରହିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଜଗନ୍ନାଥଙ୍କ ପ୍ରତିଛବିରେ ଧୂପଦୀପ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ବସନୀୟତାର ସଂରକ୍ଷଣ”। ଜିଲ୍ଲାର ପ୍ରାୟ ୨୫୦ ସାମ୍ବାଦିକ ମାନେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଟୋନମସ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକ ସମେତ ପୂର୍ବତ୍ତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଯୋଗଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଏକ ନିଆର ଢଙ୍ଗରେ ଅତିଥି ମାନଙ୍କ ସମେତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏତଦ ବ୍ୟତୀତ ସ୍ଥାନୀୟ ଅଟୋନମସ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତି ହାସଲ କରିଥିବା ୬ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ବରିଷ୍ଠ ସହାୟକ ମାନସ ରଞ୍ଜନ ସାହୁ, ଗ୍ରନ୍ଥାଗାରିକ ଡମ୍ବରୁ ଧର ପଣ୍ଡା, ସୁବାଷ କେରକେଟା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ଆୟୋଜନରେ ସହଯୋଗ କରିଥିବା ବେଳେ ବରିଷ୍ଠ କର୍ମଚାରୀ ଅନନ୍ତ ପାତ୍ର ସଂଯୋଜନା କରିଥିଲେ। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଉପସ୍ଥିତସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *