ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ପୁଲିସ ଦ୍ୱାରା ୪ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ୩ଟି ଦେଶୀ ବନ୍ଧୁକ ଓ ୭୫ଟି ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୁରୁବାର ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ରେକଡୋଲ ଗ୍ରାମ ଜଙ୍ଗଳ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲେ l କିନ୍ତୁ ଚାଲାଣ କାରୀମାନେ ଆଗୁଆ ପୋଲିସ ଆସୁଥିବା ଖବର ପାଇ ଗଞ୍ଜେଇ ମାଫିଆ ମାନେ ଫେରାର ହୋଇଯାଇଥିଲେ l ପୋଲିସ ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ବସ୍ତା ସହ ୩ଟି ଦେଶୀ ବନ୍ଧୁକ ସମେତ ୭୫ଟି ଜୀବନ୍ତ ଗୁଳି ଜବତ କରିଥିଲେ l ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହା ୪ କ୍ୱିଣ୍ଟାଲ ୫୦କେଜି ଥିବା ଜଣାପଡିଥିଲା l ଏନେଇ କଣ୍ଟାମାଳ ଥାନା ପକ୍ଷରୁ ୫୪/୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଭାବନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l ବୌଦ୍ଧ ଜିଲ୍ଲାର ଫୋଟୋ ନ୍ୟୁଜ୍ ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ l