ସେବା ହିଁ ସଙ୍କଳ୍ପ, ପୌର ପ୍ରଶାସନ ଜନତା ଙ୍କ ସହ ସିଧା ସମ୍ପର୍କ।
ଖରିଆର ରୋଡ୍ ନଗର ପକ୍ଷରୁ ପ୍ରତି ସପ୍ତାହ ରେ ଗୋଟିଏ ୱାର୍ଡରେ ଆୟୋଜିତ “ୱାର୍ଡ ଅଭିଯାନ” ଅନ୍ତର୍ଗତ, ଅଭିଯୋଗ ଶୁଣାଣୀ କରି ତାର ସମାଧାନ ବାଟ ଫିଟାଉଛନ୍ତି ଆଜି ୱାର୍ଡ ନମ୍ୱର୍ ୬ ରେ ପୌର ପ୍ରଶାସନ ପହଞ୍ଚି ଥିଲେ।
ଏହି ଅବସରରେ ୱାର୍ଡବାସୀଙ୍କ ସମସ୍ୟା ଗୁଡ଼ିକୁ ଗମ୍ଭୀରତାର ସହ ଗ୍ରହଣ କରି ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି, ପରିବେଶ ସୁରକ୍ଷାଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ନେଇ ପ୍ରଶଂସନୀୟ ପଦକ୍ଷେପ ଭାବେ “ବର୍ତ୍ତନ ବ୍ୟାଙ୍କ”ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଲୋକେ ନିଜ ଘରୋଇ ଆୟୋଜନରେ ନିଶୁଳ୍କ ବର୍ତ୍ତନ ନେଇ ପ୍ଲାଷ୍ଟିକ ବ୍ୟବହାରରୁ ବଞ୍ଚିତ ରହି ପାରିବେ।
ନଗରପାଳିକା ଅଧ୍ୟକ୍ଷା ଡ଼ା. ସୋନିଆ ଜେନ୍ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ୱାର୍ଡ ପାର୍ଷଦ ଶ୍ରୀ ପୁରୁଷୋତ୍ତମ ଜାଲ ଜୀ, କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
