ଦଶହରା କୁ ଫିକା କଲା ଲଘୁଚାପ ବର୍ଷା

ଭିଜିଲା ବିଜୟା ଦଶମୀ। ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣରେ ଅବହେଳା।
ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଗୁରୁବାର ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିଥିବା ରାତ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଥିବା ଜଣାପଡିଛି l ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା କହିଛନ୍ତି ପୂଜକ ।


ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ । ବଜ୍ରାଘାତରେ ନାବାଳିକା ର ମୃତ୍ୟୁ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁ ରେ ବଜ୍ରାଘାତ ହେବା ଯୋଗୁଁ ଏକ ନାବାଳିକାର ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଉକ୍ତ ଗ୍ରାମର ସ୍ୱର୍ଗତ କୁପି ମଳିକଙ୍କ ଝିଅ ରିକା ମଳିକ (୧୬)ମଧ୍ୟାହ୍ନ ରେ ଖାଇସାରି ନିଜର ଝୁଡୁଙ୍ଗ ବଗିଚା କୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହେବା ଯୋଗୁଁ ମୃତ୍ୟୁ ବରଣ କରିଛି ।

ଝିଅ ଆସିବା ବିଳମ୍ବ ହେବାରୁ ରିକାଙ୍କ ମା’ ବଗିଚା କୁ ଆସି ଦେଖିଲା ବେଳକୁ ଝିଅ ର ମୃତ ଦେହ ସେଠାରେ ପଡିଛି l

ଏହା ଦେଖି ରିକା ଙ୍କ ମାଆ ସଙ୍ଗେ ସଙ୍ଗେ ଗ୍ରାମ ବାସୀଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ଯାଇ ଦେଖୁବା ପରେ ବଜ୍ରାଘାତରେ ହିଁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରି କୋଟଗଡ ପୋଲିସକୁ ଖବର ଦେଇଥିଲେ। କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁ ଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ କୋଟଗଡ ମେଡିକାଲକୁ ପଠାଇଥିବା ଜଣାପଡିଛି । ବାସ୍ତବ କ୍ଷେତ୍ରରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ହେଉଥିବା ଆକାଶ ଫଟା ବର୍ଷା ଯୋଗୁଁ ଧନଜୀବନ ନଷ୍ଟ ହେଉଛି। ସରକାର ଏହାକୁ ରାଜ୍ୟର ବିପତ୍ତି ବୋଲି ଘୋଷଣା କରି କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବି ହେଉଛି।
ବାଲିଗୁଡାର ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ୍, ଫଟୋ ନ୍ୟୁଜ ଟାଇମସ୍।

 

Leave a Reply

Your email address will not be published. Required fields are marked *