ନୂଆପଡାର ସାମଗ୍ରୀକ ବିକାଶ କେବଳ ପ୍ରତିଶୃତି ନୁହଁ

 

ନୂଆପଡାରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ। ‘ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ କେବଳ ପ୍ରତିଶୃତି ନୁହେଁ’, ଏହା ଆମର ପ୍ରତିବଦ୍ଧତା ବୋଲି ମତ ରଖିଛନ୍ତି ମନମୋହନ ସାମଲ। ନୂଆପଡାରେ ଆମେ ସକରାତ୍ମକ ଓ ଆଦର୍ଶଗତ ଲଢେଇ ଲଢୁଛୁ। ବିଜେପି ସରକାରର ବିକାଶର ସ୍ରୋତରେ ସାମିଲ ହେବା ପାଇଁ ମନସ୍ଥ କରିସାରିଛନ୍ତି ନୂଆପଡାବାସୀ।

ସକରାତ୍ମକ ରାଜନୀତି ନକରି “ବେଇମାନ ଓ ଚୋରୀ” ଭଳି ଶସ୍ତା କଥା କହି ମୂଳ ପ୍ରସଙ୍ଗକୁ ଏଡାଇ ଦେଉଛି ବିଜେଡି। ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେଡି ଓ କଂଗ୍ରେସ। ଓଡିଶା ଜନତା ଦଳର ପ୍ରାର୍ଥୀ ଶ୍ରୀ ସୁଖଧର ଦଣ୍ଡସେନା ବିଜେପିରେ ସାମିଲ ହେବା ସହିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଖୋଲା ସମର୍ଥନ ଜଣାଇଛନ୍ତି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନୂଆପଡାବାସୀଙ୍କୁ ନିବେଦନ କଲେ ରାଜ୍ୟ ସଭାପତି।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ମାଳବିକା ଦେବୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂହ ମାଝୀ,

ଡା.ସୋନିଆ ଜୈନ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ରାଜ୍ୟ ପ୍ରବକ୍ତା ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।


ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *