ପାଣି ଟେଙ୍କର ରେ ପାଣି ବଦଳରେ ଗଞ୍ଜେଇ ଚାଲାଣ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ପାଣି ଟେଙ୍କର ରେ ପାଣି ବଦଳରେ ଗଞ୍ଜେଇ ଚାଲାଣ l ଗଞ୍ଜେଇ ସହ ଟ୍ରାକ୍ଟର ଜବତ ଜଣେ ଅଟକ l
ଅଭିନବ ଉପାୟ ରେ ପାଣି ଟ୍ୟାଙ୍କର ରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପ୍ରାୟତଃ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହୁଏ l ତେବେ ଆଜି ସେହିପରି ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି କଣ୍ଟାମାଲ ପୋଲିସ l

କୌଣସି ସୂତ୍ର ରୁ କଣ୍ଟାମାଲ ପୋଲିସ ଖବର ପାଇ କଣ୍ଟାମାଲ ଟିକିରାପଡା ରୋଡ଼ ନିକଟ ଏକ ଟ୍ରାକ୍ଟର ରେ ଲାଗିଥିବା ପାଣି ଟ୍ୟାଙ୍କର କୁ ଯାଞ୍ଚ କରିଥିଲା l ହେଲେ ଯାଞ୍ଚ ବେଳେ ପୋଲିସ ପାଣି ଟ୍ୟାଙ୍କର ରେ ପାଣି ବଦଳରେ ଗଞ୍ଜେଇ ପ୍ୟକେଟ ଦେଖିବାକୁ ପାଇଥିଲା l

ତେବେ ପାଣି ଟ୍ୟାଙ୍କ ରେ ପାଖାପାଖି ୪ ରୁ ୫ କ୍ୟୁଣ୍ଟାଲ ଗଞ୍ଜେଇ ଥିବା ବେଳେ ଟ୍ରାକ୍ଟର ସହ ପାଣିଟ୍ୟାଙ୍କର ଓ ଗଞ୍ଜେଇ କୁ ଜବତ କରି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଖୋଲା ଯାଉଛି l ଏହି ଘଟଣା ରେ ଟ୍ରାକ୍ଟର ଗାଡିର ଡ୍ରାଇଭର କୁ ଥାନାରେ ଅଟକ ରଖିଥିବା ବେଳେ ସବୁ ଗଞ୍ଜେଇ କୁ କାଢି ଓ଼ଜନ କଲା ପରେ ସମୁଦାୟ ଓଜନ ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ ଭୋଇ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *