:ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେ କିଛି ମାସ ଵେବଧାନ ପରେ ଫୁଟିଲା ବୋମା।ପଦନ ପୁର ଛକରେ ଫୁଟିଛି ଦୁଇଟି ବୋମା।ଜାତିଆଣ କୁ ଆକ୍ଷେପ କରି କଥା କଟା କଟି ହେବା ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା।

ବୋମା ବିସ୍ପରଣ ରେ ଦୁଇଜଣ ସାମାନ୍ୟ ଆହାତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଆହାତ ହେଇଛନ୍ତି।ଗୁରୁତର ନାବାଳକ ଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ଏବଂ ପରେ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରା ଯାଇଛି।ବୋମା ବିସ୍ପରଣ ପରେ ସ୍ଥାନୀୟ ଲୋକ ଅଭିଯୁକ୍ତ କୁ ଧରିବା ପ୍ରତିବାଦରେ ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା କୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଜା କରି ଗାଡି ଚଳାଚଳ ଶୋଭାବିକ କରିଥିଲେ।
