ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର।
ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସିଏମ କିଶାନ ସହାୟତା ରାଶି ପ୍ରଦାନ କରାଯାଇଅଛି। ରବି ୨୦୨୫-୨୬ ଆର୍ଥିକ ବର୍ଷରେ ଚାଷୀ ମାନଙ୍କ ଜମାଖାତାକୁ ହସ୍ତାନ୍ତର କାର୍ଯ୍ୟକ୍ରମକୁ ରାୟଗଡ କୃଷି ଜିଲ୍ଲା ବିଭାଗ ତରଫରୁ ମୁଖ୍ୟ ଅତିଥି ବିଧାୟକ ରାୟଗଡ ଅlପ୍ପlଲ ସ୍ୱାମୀ ଯୋଗ ଦେଇଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ ,ସମ୍ମାନୀତ ଅତିଥି ଏସ.କେ ଏହେସାନ, ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ ମୁଖ୍ୟ ଡକ୍ଟର ସୁସ୍ମିତା ମହାନ୍ତି ,କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଦିବ୍ୟ ସ୍ୱରୂପ ପଣ୍ଡା ,କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ପ୍ରକାଶ ଚନ୍ଦ୍ର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ପ୍ରାୟ ୧୫୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପବିତ୍ର ଗଣେଶ ପୂଜା ଓ ନୂଆଖାଇ ଅବସରରେ ରାଜ୍ୟର ୫୧ ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର,ନାମ ମାତ୍ର ଓ ଭୂମିହୀନ ଚାଷୀ ମାନଙ୍କ ଜମା ଖାତାକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ରାୟଗଡ ଜିଲ୍ଲାର ୮୬୮୯୩ ଜଣ କ୍ଷୁଦ୍ର ଚାଷୀ ଏହି ସୁବିଧାରେ ଉପକୃତ ହୋଇଛନ୍ତି।

ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
