ଓଡ଼ିଆ ପକ୍ଷ ପାଳନ ୨୦୨୬ ଶିଶୁ କଥା ଦିବସ ପାଳନ।

ପାତ୍ରପୁର , ୦୭/୦୪/୨୬-ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ପାଳନ ୨୦୨୬ ର ସପ୍ତମ ଦିବସରେ ପାତ୍ରପୁର ସମ୍ମିଳନୀ କକ୍ଷ ଠାରେ ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ ଦିବସ ପାଳନ କରାଯାଇଛି। ଓଡ଼ିଶାର ବରପୁତ୍ର ମାନଙ୍କ ଫୋଟ ଚିତ୍ରରେ ପୁଷ୍ପହାର ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜା କରାଯାଇଥିଲା।କାର୍ଯ୍ୟକ୍ରମରେ ଏକାଉଣ୍ଟ୍ ଅଧିକାରୀ ଉମାକାନ୍ତ ସାହୁ ,

ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀ , ସି ପି ଦେବାଶିଷ ପ୍ରଧାନ ଓ ବ୍ଳକ କଳା ସଂସ୍କୃତି ସଙ୍ଘ ଉପ ସଭାପତି ମାଧବ ବାଡତ୍ୟା ପ୍ରମୁଖ ମଞ୍ଚାସିନ ରହି ପାଳିତ ଦିବସ ର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଚିତ୍ର ମଧୁବର୍ଣ୍ଣ ବୋଧ ବହିକୁ ଶିଶୁ ମାନଙ୍କୁ ପ୍ରଦାନ କରିବା ଉଦ୍ଦେଶ୍ୟରେ ବି ନୂଆଗାଁ ସେକ୍ଟର ଅଙ୍ଗନୱାଡି କର୍ମୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ବି ଏସ ଏସ ଓ ସ୍ନେହାସିସ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ପାତ୍ରପୁର ରୁ ପପୁନ ଷଡ଼ଙ୍ଗୀ ଫୋଟ ନ୍ୟୁଜ

Leave a Reply

Your email address will not be published. Required fields are marked *