ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ନଅ ଦିନଧରି ହେବାକୁଥିବା ତୁଳସୀ ରାମାୟଣ ଓ ନବାହ୍ନ ପାରାୟଣ ଉପଲକ୍ଷେ ଆଜି ସକାଳୁ ମହିଳା ମାନଙ୍କ ଏକ କଳସ ଶୋଭାଯାତ୍ରା ହୋଇଯାଇଛି l ଖଲିଆପାଲି ବନ୍ଧରେ ପଣ୍ଡିତ ସନତ କୁମାର ମିଶ୍ର ଓ ବାଳକୃଷ୍ଣ ମିଶ୍ର ଙ୍କ ଦ୍ୱାରା ପୁଜାର୍ଚନା ପରେ ମହିଳାମାନେ କଳସରେ ଜଳ ଧରି ଶୋଭାଯାତ୍ରା ରେ ଆସି ପୂଜାମଣ୍ଡପରେ ସ୍ଥାପନ କରିଥିଲେ l ସୁଶିଲ କୁମାର ପାଣିଗ୍ରାହୀ ଓ ପତ୍ନୀ ନମିତା ପାଣିଗ୍ରାହୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l

ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ ପୂଜାରେ ସହଯୋଗ କରିଥିଲେ l ସୋନପୁର ଜିଲ୍ଲା ନନ୍ଦନମାଳର ଶ୍ରୀଯୁକ୍ତ ମଧୁସୂଦନ ଦାସ ବ୍ୟାସ ଭାବେ ତୁଳସୀ ରାମାୟଣ କଥା ଶୁଣାଇଛନ୍ତି l

ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସନ୍ତୋଷ କୁମାର ବିଶି ସମେତ ବାଳକୃଷ୍ଣ ମିଶ୍ର,ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ, ସଦସ୍ୟ ହରିବନ୍ଧୁ ପୁରୋହିତ,ଜୟ କୁମାର ମହାରଣା, ମନୋଜ କୁମାର ରାଜହଂସ,ଭୀମସେନ ସ୍ୱାଇଁ, ସନ୍ତୋଷ କୁମାର ସାହୁ,ପ୍ରଦୀପ ପ୍ରଧାନ,ଅପର୍ତ୍ତି ପ୍ରଧାନ,ଗୌରାଙ୍ଗ ବଗର୍ତ୍ତୀ ,ବାଦଲ ସାହୁ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିବା ବେଳେ ବ୍ଲକଛକ ଶ୍ରୀରାମ କମିଟିର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଛନ୍ତି l

ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ
