ଅତି ସମ୍ବେଦଶୀଳ ଆଠ ଗୋଟି ବୁଥ ରେ ଉପ ନିର୍ବାଚନ

ଅତି ସମ୍ବେଦଶୀଳ ଆଠ ଗୋଟି ବୁଥ ରେ ଉପ ନିର୍ବାଚନରେ ସର୍ବାଧିକ ୯୨.୬୩% ମତଦାନ ହୋଇଅଛି। ସୁନାବେଡ଼ା ୩୨୪ ବୁଥ ରେ ମୋଟ ଭୋଟ ସଂଖ୍ୟା ୮୮୭ ଭୋଟ ଥିବା ବେଳେ ୭୫୧ ମତଦାନ ଭୋଟ ଦେଇ ୮୪.୬୭% ହୋଇଅଛି। ସୁନାବେଡ଼ା ବୁଥ ନମ୍ୱର୍ ୩୨୫ ରେ ଭୋଟ ୫୫୭ ସଂଖ୍ୟା ରହିଥିବା ବେଳେ ୪୬୦ ଭୋଟ ଦେଇଥିବା ବେଳେ ୮୨.୪୯% ମତଦାନ ହୋଇଅଛି।ଖଡାଙ୍ଗ ଦାଥୁନାମରେ ୧୦୦ ଭୋଟର ୧୨/ ୧୩ କିଲୋମିଟର ଦୂର୍ରତା ଅତିକ୍ରମ କରି ଭୋଟ ଦେଇଛନ୍ତି।
ଗତିବେଦା ୧ ବୁଥ ନମ୍ୱର୍ ୩୨୭, ମୋଟ ଭୋଟ ସଂଖ୍ୟା ୬୨୪ ଭୋଟର ମଧ୍ୟ ରୁ ୫୫୯ ଜଣ ମତଦାନ କରି ଥିବା ବେଳେ ୯୦.୨୨% ପ୍ରତିଶତ ଭୋଟ ଦାନ ହୋଇଅଛି।
ଗତିବେଡା ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ ସଂଖ୍ୟା ୫୭୦ ରୁ ୪୨୧ ଜଣ ମତଦାନ କରିଛନ୍ତି। ଜିଲ୍ଲା ସର୍ବାଧିକ ମତଦାନ ବୁଥ ଭାବରେ ୯୨.୬୩% ପ୍ରତିଶତ ମତଦାନ ହୋଇଅଛି।
ଜାମଗାଁ ବୁଥ ନମ୍ୱର୍ ୩୨୬ ଭୋଟର ହେଲେ ୪୫୮ ଥିବା ବେଳେ ୩୯୭ ଭୋଟ ଦେଇ ୮୬.୬୮% ପ୍ରତିଶତ ମତଦାନ ହୋଇଅଛି। ଶୋଷେଙ୍ଗ ୩୨୦ ବୁଥ ରେ ୫୩୭ ଭୋଟର ଥିବା ବେଳେ ୪୦୧ ଭୋଟ ଦେଇ ୭୪.୬୭% ପ୍ରତିଶତ। ଶୋଷେଙ୍ଗ ୨ ରେ ବୁଥ ନମ୍ୱର୍ ୩୨୧ ରେ ୬୯୦ ଭୋଟର ମଧ୍ୟରୁ ୪୫୪ ଭୋଟ ଦେଇ ୬୫.୮୦% ପ୍ରତିଶତ। ୩୨୨ ନମ୍ୱର୍ ବୁଥ ଦେଓଷୀଲ ରେ ୫୫୩ ଭୋଟର ଥିବା ବେଳେ ୪୬୦ ଜଣ ଭୋଟ ଦେଇ ୮୩.୧୮% ମତଦାନ ହୋଇଅଛି। ଆଠ ଗୋଟି ବୁଥ ରେ ୪୮୭୬ ଭୋଟର ମଧ୍ୟ ରୁ ୪୦୧୪ ଜଣ ଭୋଟ ଦେଇ ୮୩.୩୨% ପ୍ରତିଶତ ମତଦାନ ହୋଇଅଛି।
ନୂଆପଡା ଉପ ନିର୍ବାଚନ ଅତି ସମ୍ବେଦନ୍ ସୀଳ ବୁଥ ରେ ନିର୍ବାଚନ ଶାନ୍ତି ଶୃଂଖଳା ରେ ଅନୁଷ୍ଠିତ। ମାଓ ପ୍ରବଣ ସୁନାବେଡ଼ା ଓ ଶୋସେଙ୍ଗ ପଞ୍ଚାୟତ ଦୁଇଟିରେ ୮ ଗୋଟି ଅତି ସମ୍ୱେଦନଶୀଳ ବୁଥ ରହିଅଛି। ୮ ଗୋଟି ପୋଲିଂ ପାର୍ଟି କୁ ନେଇ ୪୦ ଜଣ ଏବଂ ଦୁଇ ଜଣ ସେକ୍ଟର ଅଧିକାରୀ ମୋଟ ୪୨ ଜଣଙ୍କୁ ନେଇଥିଲେ।
ଆଜି ଅପରାହ୍ନ ୫ ଘଣ୍ଟା ରେ ବାୟୁସେନା ର ଦୁଇ ଗୋଟି ହେଲିକପ୍ଟର ଦ୍ବାରା ତାଙ୍କୁ ଆନୁ ସୁରକ୍ଷିତ ଗୌତମା ଏୟାର ଷ୍ଟ୍ରିପ ଆଣି ଛାଡିଛନ୍ତି। ସମସ୍ତ ଇଭିଏମ୍ ଏବଂ ଭି ଭି ପେଡ ସୁରକ୍ଷିତ ଷ୍ଟ୍ରଙ୍ଗ ରୁମ ରେ ଗଚ୍ଛିତ ଅଛି।
ନୂଆପଡ଼ାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *