ବିଜେଡ଼ି ଦଳ ଯଦି ହାରିଯାଏ, ସଭ୍ୟ ସଂଗ୍ରହ କରିପାରିବେ ନାହିଁ

 

ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ ଆମ “ଏକଜିଟ ପୋଲ” ଅନୁଯାୟୀ ବିଜେଡ଼ି ଦଳ ଯଦି ହାରିଯାଏ, ସେମାନେ ଏକ ରାଜ୍ୟସଭା ସିଟପାଇଁ ସମ୍ପୂର୍ଣ ବିଜେଡ଼ି ସଭ୍ୟ ସଂଗ୍ରହ କରିପାରିବେ ନାହିଁ। ଆମେ ଯଦି ଅନତି ଦୂର ରାଜନୈତିକ ଇତିହାସକୁ ତର୍ଜମା କରିବା ତାହେଲେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସଙ୍କର ପିତା ଅଶୋକ ଦାସ ଥିଲେ ଜନତା ଦଳର ଶେଷ ଏବଂ ଏକମାତ୍ର ବିଧାୟକ। ସେ ସମୟର ଚର୍ଚ୍ଚାର ବିଷୟ ଥିଲା ବାପୁଜିନଗର ଷ୍ଟେଟବ୍ୟାଙ୍କ ବ୍ରାଞ୍ଚରେ ଜନତା ଦଳର ତେତିଶି କୋଟି ଟଙ୍କା। ରାଜନୈତିକ ଆଞ୍ଚଳିକ ଦଳ “ଜନତା ଦଳର” ୱାର୍କିଙ୍ଗ ପ୍ରେସିଡେଣ୍ଟ ଅଶୋକ ଦାସ ଏବଂ କୃଷ୍ଣ ଚନ୍ଦ୍ର ପାତ୍ର ଯେକି କଟକ ମେଡିକାଲ କଲେଜ ଷ୍ଟାଫ ୟୁନିୟନର ପ୍ରେସିଡେଣ୍ଟ ଥିଲେ। ଉଭୟ ତେତିଶି କୋଟି ଟଙ୍କା ଉଠାଇବା ପାଇଁ ସମର୍ଥ ଥିଲେ। ସେ ଯାହାବି ହେଉ ଅଶୋକ ଦାସ ମୁର୍ତ୍ୟୁବରଣ କରିବା ପୂର୍ବଦିନ ପ୍ରଣାବ ପ୍ରକାଶ ଦାସ ବିଜୁ ଜନତା ଦଳରେ ସାମିଲ ହେଲେ। ସ୍ବର୍ଗତ ଅଶୋକ ଦାସ ତାଙ୍କ ପୁତ୍ର ପାଇଁ ଆସାଠାରୁ ଅଧିକା ସମ୍ପତି ଛାଡ଼ିକରି ଯାଇଛନ୍ତି। କିନ୍ତୁ ବର୍ତମାନ ପ୍ରଣବ ପ୍ରକାଶ ଓରଫ ବବି ତାଙ୍କ ରାଜନୀତିରେ ପଇସା ରୋଜାକାର କୁ ମଧ୍ୟ ଏକ ପ୍ରମୁଖ ମୁର୍ଦା ରୂପେ ରଖିଛନ୍ତି। ସେ ପାଣ୍ଡିଆନଙ୍କ ତେଲମରା ଚେଲା ରୂପେ ବର୍ତମାନ ପରିଚିତ ଅଟନ୍ତି। ନୂଆପଡା ନିର୍ବାଚନରେ ସେ ବାସ୍ତବରେ ହାତ ଚିକଣ କରିବାରେ ସେ ସମର୍ଥ ହୋଇପାରିଛନ୍ତି। ସେ ସମୟର ନେତା ମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତି ଏବଂ ବାଣ୍ଠୁ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ଦାମ ରାଉତ, ସୁର ନାୟକ, ଭାଗବତ ବେହେରା ଏବଂ ବିଶ୍ୱ ଭୂଷଣ ହରିଚନ୍ଦନ ଆଦି ନେତା ମାନଙ୍କୁ ବାଣ୍ଠୁ ବାବୁ ତାଙ୍କ କଂଟ୍ରୋଲ ରେ ରଖିଥିଲେ। ପରବର୍ତୀ ସମୟରେ ନବୀନ ପଟନାୟକ ଙ୍କ ରାଜନୀତିର ଜାଲରେ ପଡି ନିଜ ରାଜନୀତିକୁ ଉପରକୁ ନେଇପାରିନଥିଲେ। କିନ୍ତୁ ବର୍ତମାନ ତାଙ୍କର ପୁଅ ବିଜେଡିର ବିଧାୟକ। ଆମ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁଯାୟୀ ବବି ଦାସ, ବିଜୟ ନାୟକ, ଦେବି ମିଶ୍ର, ଅତନୁ ସାବ୍ୟସାଚୀ ନାୟକ ଏବଂ ପ୍ରଣବ ବଳବନ୍ତରାୟ ପ୍ରମୁଖ ବିଜେଡ଼ି ଦଳର ନିର୍ବାଚନ ଖର୍ଚ୍ଚ ବାବଦ ଅର୍ଥକୁ ଖର୍ଚ୍ଚ କରିପାରିନାହାନ୍ତି। ଯାହାକି ସେମାନଙ୍କର ଦାୟିତ୍ୱ ଥିଲା। ଦଳର ହିସାବ ନେବା ଏବଂ ହିସାବ ଦେବା ଲୋକ ଏହାର ତର୍ଜମା କରିବେ।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *