ଆଇ. ଏନ. ଏସ.ରେ ଅଗ୍ନିବୀର ମାନଙ୍କର ପାସିଙ୍ଗ ଆଉଟ ପରେଡ ଅନୁଷ୍ଠିତ।
ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଷଷ୍ଠ ବ୍ୟାଚ୍ ରେ ୨୦୧୦ଜଣ ଅଗ୍ନିବୀର ଟ୍ରେନିଂ ନେଉଛନ୍ତି। ଏମାନଙ୍କ ମଧ୍ୟରେ ୩୧୦ ଜଣ ମହିଳା ଏବଂ ୧୭୦୦ ଜଣ ପୁରୁଷ ଅଗ୍ନିବୀର ଟ୍ରେନିଂ ନେଉଥିଲେ ।

ଏମାନଙ୍କ ସହିତ ୨୭୬ ଜଣ କୋଷ୍ଟଗାର୍ଡ ନାବିକ ଏହି ପାସିଙ୍ଗ-ଆଉଟ୍ ପାରେଡ ରେ ସାମିଲ ହୋଇଛନ୍ତି । ଏହି ଅଗ୍ନିବୀର ମାନେ ଦୀର୍ଘ ୧୬ ସପ୍ତାହ ଧରି ଟ୍ରେନିଂ ନେବା ପରେ ଆଜି ସେମାନଙ୍କର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ।
