ସରକାରଙ୍କ ନିୟମ ଅଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ କାମରେ ଲଗାଇବା ମନା। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ହେଉଛି, କିନ୍ତୁ ଏହାର ବ୍ୟତିକ୍ରମ।
ବିପଦ ସଂକୁଳ ସ୍ଥିତିରେ କାମ କରୁଛନ୍ତି ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ଆଗୁଳ ଗ୍ରାମପଞ୍ଚାୟତ ର ଆଶ୍ରମ ବିଦ୍ୟାଳୟ ରେ ବିଦ୍ୟା ଅଧ୍ୟୟନ ପାଁଇ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ବଦଳ ରେ ସେମାନଙ୍କୁ ବିପଦ ସଂକୁଳ ସ୍ଥିତିରେ ବିଭିନ୍ନ କାମରେ ଶିକ୍ଷକ ନିୟଜିତ କରୁଛନ୍ତି। ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ଆଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଏହି ବିଦ୍ୟାଳୟରେ ଚାରି ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ବର୍ଷା ଋତୁରେ ଲୋଟାବୁଦା ସଫା କରିବା ଏବଂ ସେସବୁକୁ ଏକ କି.ମି. ଉର୍ଦ୍ଧ ଦୂରରେ ବହିନେଇଁ ନାଳରେ ଫିଙ୍ଗିବା କାମରେ ଲଗାଇବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସର୍ପା ଘାତ ଭୟ ସାଙ୍ଗ କୁ ନଦିନାଳ ରେ କମଳ ମୋତି ଛାତ୍ରମାନେ ବୁଡି ଯିବାର ଅନେକ ନଜିର ରହିଥିବା ବେଳେ, ବିଦ୍ୟାଳୟ ର ଚର୍ତୁଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଉ ନାହିଁ।

ଏହି ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ହେଉଛି ସରକାରଙ୍କର ” ମାଆଙ୍କ ନାମରେ ଗଛଟିଏ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି।
କିନ୍ତୁ ଉପରିସ୍ଥ କର୍ମଚାରୀମାନେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ଉଚିତ। ଏହାଦ୍ୱାରା ସରକାର ବଦନାମ ହେଉଛି।
ମୁନିଗୁଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆନନ୍ଦ ରାଓଙ୍କ ରିପୋର୍ଟ।
