ଗୋ ମାଫିଆଙ୍କ ମୂଳ ଉତ୍ପାଟନ

 

ଗୋ ମାଫିଆଙ୍କ ଚେର ମୂଳ ଉତ୍ପାଟନ ପାଇଁ ତତ୍ପର ହୋଇପଡିଛି କେନ୍ଦୁଝର ପୋଲିସ । କିଛି ଦିନ ପୂର୍ବରୁ ରାଜ୍ୟ ର ୪୬ଟି ସ୍ଥାନରେ ଚଢଉ କରି୧୧ଜଣ ଗୋ ମାଫିଆକୁ ଗିରଫ କରିଥିଲା କେନ୍ଦୁଝର ପୋଲିସ । ଅନୁସନ୍ଧାନ ଜାରି ରହିଥିବା ବେଳେ ଗୋମାଫିଆଙ୍କର ୨ଶହ ବ୍ୟାଙ୍କ ଆକାଉଣ୍ଟ ଠାବ କଲା କେନ୍ଦୁଝର ପୋଲିସ । ଏଥିରୁ ଅଧିକାଂଶ ଆକାଉଣ୍ଟରେ ଲକର୍ ଥିବା କହିଛନ୍ତି କେନ୍ଦୁଝର ଅତିରିକ୍ତ ଏସପି ସ୍ନେହାଶିଷ ସାହୁ । ଏସବୁ ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିବା ସେ କହିଛନ୍ତି । ଏହିସବୁ ଆକାଉଣ୍ଟ ଏବଂ ଲକର୍ ଖୋଲିବା ବାବଦରେ ସମ୍ପୃକ୍ତ ବ୍ୟାଙ୍କ କୁ ଅବଗତ କରାଯାଇଥିବା ବେଳେ, ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର୍ ଖୋଲାଯିବା ପରେ ଗୋମାଫିଆଙ୍କର ସମ୍ପତ୍ତି ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ସୂଚନା ମିଳିଛି । ଗତ ୧୭ ତାରିଖରେ ୫ଟି ଜିଲ୍ଲାର ଗୋମାଫିଆଙ୍କ ୪୬ଟି ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ କରିଥିଲା କେନ୍ଦୁଝର ଜିଲ୍ଲା ପୋଲିସ ।

ଏଥିରେ ଗୋମାଫିଆଙ୍କର ୫୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା କେନ୍ଦୁଝର SP ସୂଚନା ଦେଇଥିଲେ । ଏଥିରେ ମାଫିଆଙ୍କର ଘର, ବ୍ୟାଙ୍କଜମା, ଜମିବାଡ଼ି ସହ, ଅନ୍ୟାନ୍ୟ ସମ୍ପତ୍ତି ରହିଛି, ଯାହା ମାଫିଆମାନେ ବେଆଇନ ଗୋଚାଲାଣ କରି ଅର୍ଜନ କରିଛନ୍ତି । ଏହି ଚଢ଼ାଉରେ ୧୦ଜଣ ଗୋମାଫିଆଙ୍କୁ ଗିରଫ କରିବା ସହିତ, ସେମାନଙ୍କଠାରୁ ୧କୋଟି ୫୨ଲକ୍ଷ ୮୨ହଜାର ୫୦୫ ନଗଦ ଟଙ୍କା, ୧କେଜି ୧୩୧ ଗ୍ରାମ୍ ସୁନା, ୩କେଜି ୮୦ଗ୍ରାମ୍ ରୁପା, ୨୩ଟି ୪-ଚକିଆ ଗାଡ଼ି, ୨୩ଟି ୨-ଚକିଆ ଗାଡ଼ି, ୧୩ଟି ମୋବାଇଲ୍ ଫୋନ୍ ଏବଂ ୨୧ଟି ହାତଘଣ୍ଟା ଜବତ କରିଥିଲା।କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆ ଙ୍କ ବ୍ୟାଙ୍କ ଏକାଉଣ୍ଟ ଓ ଲକର ଯାଞ୍ଚ ଆରମ୍ଭ ହୋଇଯାଇଛି।

ସେଇ କ୍ରମରେ ଆଜି ପ୍ରଥମେ ୟୁନିୟନ ବ୍ୟାଙ୍କ ର ମୁଖ୍ୟ ଶାଖାରେ ପୋଲିସ ଯାଞ୍ଚ କରି ତୁରୁମୁଙ୍ଗା ର ଆରୁଣୁ କୁମାର ସାହୁ ଓରଫ ମଣ୍ଟୁର ଏଠାରେ ଏକ ଏକାଉଣ୍ଟ ଠାବ କରିଛି । ତାର ଏଠାରେ ୬୬ ହଜାର ଟଙ୍କା ଡିପୋଜିଟ ଅଛି ଓ ପୋଲିସ୍ ତାକୁ ଫ୍ରିଜ କରିବାକୁ ବ୍ୟଙ୍କ କ ନିର୍ଦ୍ଦେଶ ଦେଇଛି।। ଏହା ସହ ପୋଲିସ ଏକକାଳିନ ହରିଚନ୍ଦନପୁର , ଢେକିକୋଟ , ଯାଜପୁର , ଭଦ୍ରକ ରେ ଯାଞ୍ଚ କରୁଛି। ଏଠାରେ ଆମ ଫଟୋ ନ୍ୟୁଜର ଟିମ ତଦନ୍ତକାରୀ ଅଧିକାରୀ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ନେଇଛନ୍ତି।
କେଉଁ ଝର ରୁ ଅରବିନ୍ଦ ବେହେରା ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ।

Leave a Reply

Your email address will not be published. Required fields are marked *