ବନ୍ଦେ ମାତାରମର ୧୫୦ ତମ ଜନ୍ମ ଜୟନ୍ତୀ

 

ବ୍ଲକ ସ୍ତରୀୟ “ବନ୍ଦେ ମାତରମ”ସାମୁହିକ ଗାନ।
ରାଷ୍ଟ୍ରଗୀତ “ବନ୍ଦେ ମାତରମ୍ “୧୫୦ ତମ ପୂର୍ତ୍ତି ଜୟନ୍ତୀ ସମାରୋହ।
ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ ପଡିଆ ମଣ୍ଡପରେ ଯୁଗ ପୁରୁଷ ବଂକିମ ଚନ୍ଦ୍ର ଚୋଟପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ “ବନ୍ଦେ ମାତରମ” ୧୫୦ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। “ବନ୍ଦେ ମାତରମ” ସଂଗୀତ କେବଳ ସଂଗୀତ ନୁହେଁ, ବରଂ ଭାରତୀୟଙ୍କ ସୁପ୍ତ ଆତ୍ମାର ଏକ ମହାମନ୍ତ୍ର। ଏକ ସମୟରେ ଭାରତ ବ୍ରିଟିଶ ସରକାରଙ୍କ ଅତ୍ୟାଚାର କବଳରେ ଶ୍ୱାସ ରୁଦ୍ଧ ହୋଇ ଗୋଲାମୀ ବେଢ଼ିରେ ଛନ୍ଦି ହୋଇ ପଡିଥିବା ବେଳେ ଯୁଗ ପୁରୁଷ ବଙ୍କିମ ଚନ୍ଦ୍ର ଚୋଟପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମାତରମ “ଅମୃତ ଧରା” ସାଜିଥିଲା । ସେହି ଦେଶ ଜାଗ୍ରତ ସଂଗୀତ ରାଷ୍ଟ୍ରାୟତ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ ” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ସାମୂହିକ ଗାନ ସମାରୋହ ପାଳନ କରାଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ସୁଶ୍ରୀ ଶୁଚିସ୍ମିତା ବେହେରା, ସମ୍ମାନିତ ଅତିଥି ଗୋଷ୍ଟୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଅତିରିକ୍ତ ବିଡ଼ିଓ ସୋଭାଗ୍ୟ ରଞ୍ଜନ କର, ସହାୟକ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ଶବର, ମଧୁବନ ସରପଞ୍ଚ ବଂଶୀ ଶବର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିଛବିରେ ଧୂପଦୀପ, ପୁଷ୍ପାଳକ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଜୟପୁର ମଣ୍ଡଳ ସ୍ତରୀୟ “ବନ୍ଦେ ମାତରମ” ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣକାରୀ ପ୍ରଶିକ୍ଷକ ଶିକ୍ଷୟତ୍ରୀ ମିନାକ୍ଷୀ ସାହୁ, ଅର୍ଚ୍ଚନା ସାହୁ, ଓ ମନୋଜ କୁମାର ବଣିଆଙ୍କ ସମେତ ଉପସ୍ଥିତ ମଞ୍ଚାସିନ ଅତିଥି, ବ୍ଲକ ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ ସ୍ତରୀୟ ବିଦ୍ୟାଳୟର ୧୪୦ ଜଣ ଛାତ୍ରଛାତ୍ରୀ, ବ୍ଲକ କର୍ମଚାରୀ ମାନେ ଦଣ୍ଡାୟମାନ ରହି ସାମୁହିକ “ବନ୍ଦେ ମାତରମ” ଗାନ କରିଥିଲେ । ତତ୍ ସହିତ “ଆତ୍ମନିର୍ଭର ଭାରତ” ସ୍ବଦେଶୀ ସଂକଳ୍ପ ପତ୍ର ପାଠ ପୂର୍ବକ ସଂକଳ୍ପ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ସମ୍ପର୍କିତ ଅବିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବନ୍ଦେ ମାତରମ ସମ୍ପର୍କିତ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ,ବକୃତା, ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଭାବେ ସ୍ତର ଚୟନ କରାଯାଇଥିଲା। ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମଣ୍ଡଳ ସ୍ତରୀୟ ୧୪୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩୫ ଜଣ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିବା ବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ୧୪୦ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମକୁ ଗୁଡ଼ାରୀ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ବେଳେ ଅତିରିକ୍ତ ବିଡ଼ିଓ ସୌଭାଗ୍ୟ ରଞ୍ଜନ କର, ବିଏସଏସଓ ସଦାନନ୍ଦ ସାହୁ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମନୋଜ କୁମାର ମିଶାଲ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିପିସି ଶ୍ରୀ ସୁନୀଲ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *