ବିଏସଏନଏଲ ସେବା ବାଧାପ୍ରାପ୍ତ, ଅସୁବିଧାରେ ସରକାରୀ କାର୍ଯ୍ୟ ଏବଂ ଜନତା ହନ୍ତସନ୍ତ।

ଅଞ୍ଚଳରେ ବିଏସଏନଏଲ ସେବା ବାଧାପ୍ରାପ୍ତ, ଅସୁବିଧାରେ ସରକାରୀ କାର୍ଯ୍ୟ ଏବଂ ଜନତା ହନ୍ତସନ୍ତ।
ସରକାର ଜନସାଧାରଣଙ୍କ ସୁବିଧା ଓ ସରକାରୀ କାର୍ଯ୍ୟରେ ତତ୍ପରତା ଦୃଷ୍ଟିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପ୍ରତି ସ୍ଥାନରେ ବିଏସଏନଏଲ ଟାୱାର ସ୍ଥାପନ କଲେ। କିନ୍ତୁ ତାହାର ପ୍ରକୃତ ତଦାରଖ ହୋଇ ପାରୁନାହିଁ।ଫଳରେ ଟାୱାର କିଛିଦିନ ଚାଲିବା ପରେ ଅକାମି ହୋଇ ପଡିଛି। ଏହିପରି ଏକ ଘଟଣାର ଅଭିଯୋଗ ମିଳିଛି ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ଢେପାଗୁଡା ଓ ଗବଡ଼ପଦର ଗ୍ରାମରେ। ପ୍ରାୟ ୨ମାସରୁ ଉର୍ଦ୍ଧ ହେଲା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଏସଏନଏଲ ସେବା ଠପ୍ ହୋଇଛି । ଫଳରେ ଜନସାଧାରଣଙ୍କ ଯୋଗାଯୋଗ ସେବା ହେଉ ବା ସରକାରୀ ବାଧା ସୃଷ୍ଟି ହୋଇଛି। ଅଞ୍ଚଳ ବାସୀ ବିଏଏସଏନଏଲ ସେବାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ସଦର ଢେପାଗୁଡା ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଡାକ୍ତରଖାନା, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ,ପଶୁ ଚିକିତ୍ସାଳୟ, ଉଚ୍ଚ ବିଦ୍ୟାଳୟ ଭଳି ଅନେକ ଜନସାଧାରଣଙ୍କ ହିତ ସେବା କାର୍ଯ୍ୟରେ ନିୟୋଜିତ ରହିଛି। ଯାହା ଫଳରେ ଢେପାଗୁଡା ଉପରେ ୪ ଗୋଟି ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି। ବର୍ତ୍ତମାନ ପ୍ରାୟ ୨ ମାସରୁ ଉର୍ଦ୍ଧ ହେବ ବିଏସଏନଏଲ ସେବା ବନ୍ଦ ଥିବାରୁ ସରକାରୀ କାର୍ଯ୍ୟ, ବ୍ୟାଙ୍କ ସେବା, ରାଜସ୍ବ ବିଭାଗ କାର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଯେକୌଣସି ଯୋଗ କିମ୍ୱା ସରକାରୀ କାର୍ଯ୍ୟରେ ପ୍ରାୟ ୩କି.ମି. ଦୁରକୁ ଯିବାକୁ ପଡୁଛି। ଉକ୍ତ ଗ୍ରାମରେ ଗତ ଏକ ବର୍ଷ ପୂର୍ବେ ଟାୱାର ସ୍ଥାପନ ହୋଇ ତିନିମାସ ପରେ କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ୨ମାସରୁ ଉର୍ଦ୍ଧ ହେଲା ସେବାରେ ବ୍ୟାଘାତ ଘଟିଛି। ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିଥିଲେ ହେଁ ବି.ଏସ.ଏନ.ଏଲ ର ବିଭିନ୍ନ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାକୁ ନିର୍ଦ୍ଧେଶ ଦେଉଛନ୍ତି।ଏହି ପରିପ୍ରେକ୍ଷୀରେ ଏସଡ଼ିଓ ଗୁଣୁପୁରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଆମ ହାତରେ କିଛି ନାହିଁ।କୋରାପୁଟ କିମ୍ବା ରାୟଗଡା ଯୋଗାଯୋଗ କରନ୍ତୁ ବୋଲି କହିବାରୁ ରାୟଗଡା ଓ କୋରାପୁଟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେମାନେ ଗୁଣୁପୁର ଏସଡ଼ିଓଙ୍କୁ ଯୋଗାଯୋଗ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଏହି ଅବସରରେ ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟନାରାୟଣ ଡୋର ଓ ଗ୍ରାମର ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିବା ଦେଖିବାକୁ ମିଳିଛି। ଯଦିଓ ବିଏସଏନଏଲ ସେବା ତୁରନ୍ତ ସ୍ୱାଭାବିକ କରାନଯାଏ ତାହେଲେ ଆଗାମୀ ଦିନରେ ବିଏସଏନଏଲ ଟାୱାରର କ୍ଷତି ପାଇଁ ନିଜେ କତୃପକ୍ଷ ଦାୟୀ ରହିବେ ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ଦୋରା ତୀବ୍ର ପ୍ରତିକ୍ରିୟା ରଖିବା ସହିତ ଚେତାବନୀ ଦେଇଛନ୍ତି।
ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *