ମଦ ଏକ ସାମାଜିକ ବ୍ୟାଧି।

ମଦ ଏକ ସାମାଜିକ ବ୍ୟାଧି। ସରକାର, ରାଜସ୍ୱ ବୃଦ୍ଧି ପାଇଁ ମଦ ଦୋକାନ ଲାଇସେନ୍ସ ଦେଇଥାନ୍ତି। ଏହା ହେଉଛି ମହିଳା ସଶକ୍ତିକରଣର ବିରୋଧୀ। କେନ୍ଦ୍ରାପଡ଼ା ଗ୍ରାମାଞ୍ଚଳରେ ମହିଳାମାନେ ଏହାକୁ ବିରୋଧ କରିଆସୁଛନ୍ତି।
ମଦ ଦୋକାନ ସମ୍ମୁଖରେ ଧାରଣାରେ ମହିଳା। ତାତିଲେ ମହିଳା ଭାଙ୍ଗିଲେ ଚାଖେଣା ଦୋକାନ ।
ମଦ ପାଇଁ ମହାଭାରତ l ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ l ଉତ୍ତେଜନା ସ୍ଥଳରେ ପହଁଞ୍ଚି ବୁଝା ସୁଝା କରୁଛି ପୋଲିସ l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି l ତେବେ ସୂଚନା ଆନୁଯାୟୀ ଗତ କାଲି ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ l ବିଦେଶୀ ମଦ ଦୋକାନ ଆଗରେ ଥିବା ଚଖେଣା ଦୋକାନକୁ ନେଇ ଗଣ୍ଡଗୋଳ ହେଇଥିବା କୁହାଯାଉଛି l ଯାହାକୁ ନେଇ ଓଲଢ଼ି ଗ୍ରାମର ଶତାଧିକ ମହିଳା ମାନେ ଆଜି ଆସି ଚଖେଣ ଦୋକାନ ଭାଙ୍ଗିବା ସହ ବିଦେଶୀ ମଦ ଦୋକାନକୁ ବିରୋଧ କରି ହୋହାଲା କରିଥିଲେ l ତେବେ ପାଖରେ ଥିବା ଦୋକାନ ଗୁଡିକ ଭାଙ୍ଗି ପୋଡି ଦେବା ଏବଂ ମଦ ଦୋକାନକୁ ଉଚ୍ଛେଦ ଦାବି କରିଥିଲେ l ଖବର ପାଇ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ସେଠାରୁ ଆନ୍ଦୋଳନକାରୀ ମାନେ ପଲେଇ ଯାଇଥିଲେ l
ଫଟୋ ନ୍ୟୁଜ ର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *