ଆଜି ସନ୍ଧ୍ୟାରେ ଜିଲୁଣ୍ଡି ଗ୍ରାମ ମୁଖ୍ୟ ରାସ୍ତା ରେ ଲୋକେ ଭଞ୍ଜନଗର ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଥିଲେ।ସୂଚନାଯୋଗ୍ୟ ଯେ ଗତ 29 ଜାନୁୟାରୀ ଦିନ ଦୁଇଟା ସମୟରେ ମଳାଶ ପଦର ନିକଟ ପୁରଣା ପାଣି ଗ୍ରାମର ଚାଳିଶ ବର୍ଷ ବୟସ୍କ ଅଚ୍ୟୁତାନନ୍ଦ ସାହୁ ଅଜଣା ଗାଡି ଧ୍ଵକ୍କାରେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତର ଖାନାକୁ ପଠା ଯାଇଥିଲା କିନ୍ତୁ ପାଞ୍ଚ ଦିନ ପରେ ତାଙ୍କର ଆଜି ମୃତ୍ୟୁ ବରଣ ହୋଇଛି।ଆଜି ତାଙ୍କ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ଦାବିରେଭଞ୍ଜନଗର ବ୍ରହ୍ମପୁର ରାସ୍ତା ଅବରୋଧ କରିଥିଲେ।ସେମାନଙ୍କ ମୁଖ୍ୟ ଦାବି ଥିଲା ଯେ ତାଙ୍କ ପରିବାର କୁ କୋଡିଏ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା।ସୂଚନାଯୋଗ୍ୟ ଯେ ଏ ସଂକ୍ରାନ୍ତରେ ମୃତକ ଙ୍କ ପରିବାର ତରଫରୁ ପୂର୍ବରୁ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।ଭଞ୍ଜନଗର ପୋଲିସ ଥାନା ଅଧିକାରୀ ଏ ଦୁର୍ଘଟଣା ରେ କେଉଁ ଗାଡ଼ି ଧକ୍କା ଦେଇଛି ସିସି ଟିଭି ଆଧାରରେ ତଦନ୍ତ ଚାଲୁ ରଖିଥିବା ବେଳେ ଆଜି ପରିବାର ବର୍ଗଙ୍କୁ ସାତ୍ଵନା ଦେବା ସହ ରେଡ଼ କ୍ରସ ପାଣ୍ଠି ରୁ କିଛି ଆର୍ଥିକ ସହଯୋଗ ଯୋଗାଇ ଦେବା ସହ ଯାହା ସହ ସମ୍ଭବ ଆର୍ଥିକ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।ପ୍ରତିଶୃତି ପାଇବା ପରେ ଲୋକମାନେ ରାସ୍ତା ଅବରୋଧ ଉଠାଇ ଥିଲେ।ସୂଚନାଯୋଗ୍ୟ ଯେ ମୃତକ ଜଣେ ମାତ୍ର ପରିବାର ରୋଜଗାର ବ୍ୟକ୍ତି ଥିଲେ କିନ୍ତୁ ତାଙ୍କର ମୃତ୍ୟୁ ପରେ ଦୁଇ ପୁଅ ଝିଅ ଅନାଥ ହୋଇଗଲେ ବର୍ତ୍ତମାନ ପରିବାର କିପରି ପରିବାର ଚଳିବ ତାହା ଚିନ୍ତାର ବିଷୟ ହୋଇଛି।ତେଣୁ ପରିବାର ଓ ଗ୍ରାମବାସୀ ଙ୍କ ଦାବି ଯଦି ପ୍ରଶାସନ ଶୁଣନ୍ତି ତା ହେଲେ ପରିବାର ଉପକୃତ ହେବେ
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟଫୋଟୋ ନିୟୁଜ ଟାଇମ୍ସ।
