ଭାଗବତ ମନ୍ଦିର ପୀଠର ବାର୍ଷିକ ଉତ୍ସବ

ଆଜିର ଆଧୁନିକ ଯୁଗରେ ଲୋକମାନେ ଆଧ୍ୟାତ୍ମିକତା ଚିନ୍ତା ଧାରା ଠାରୁ ଦୁରେଇ ଦୁରେଇ ରହୁଛନ୍ତି ଯାହାଫଳରେ ଲୋକଙ୍କ ମନରେ ଦୁଶ୍ଚିନ୍ତା ଆସୁଛି,ଏବଂ ଏହି ଦୁଶ୍ଚିନ୍ତା ଦ୍ୱାରା ନାନା ପ୍ରକାର କୁକର୍ମ ବସ ବର୍ତ୍ତି ହୋଇଛି।ତେଣୁ ଲୋକଙ୍କ ମନରେ ଧାର୍ମିକ ଧାରଣା ସୃଷ୍ଟି କରିବା ସହ ଗୋଟାଏ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଚେଷ୍ଟା ଜାରି ରଖିଛନ୍ତି ଗେରେଡା ପଂଚାୟତ ର କେପିଟି ଗ୍ରାମର ଗ୍ରାମବାସି ଓ ସମାଜ ସେବୀ ବିନୟ କୁମାର ନାୟକ।ଗତ ବର୍ଷ ଏହି ଗ୍ରାମ ଠାରେ ଭାଗବତ ଗାଦୀ ଓ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଏହି ଭାଗବତ ମନ୍ଦିର ରେ ପ୍ରତ୍ୟେକ ଦିନ ଭାଗବତ ପାଠ ସହ ପୂଜା ଅର୍ଚ୍ଚନା ହୋଇ ଆସୁଛି।ଆଜି ଏହି ପବିତ୍ର ପୀଠ ର ବାର୍ଷିକ ଉତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇଛି।ସକାଳୁ ସକାଳୁ ମହିଳା ମାନଙ୍କ କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇଥିଲା।ଶତାଧିକ ଗ୍ରାମବାସୀ ଙ୍କ ଦ୍ଵାରା କଳସ ସ୍ଥାପନ, ନାମ ସଂକୀର୍ତ୍ତନ, ଅନ୍ନ ଯଜ୍ଞ,ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଆୟୋଜକ କହିବା ଅନୁସାରେ ଶିବରାତ୍ର ଠାରୁ ଆରମ୍ଭ ସାତ ଦିନ ବ୍ୟାପି ଅଠ ଚାଳିଶି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ।

ଏଥିରେ ଛଅ ଗୋଟି ନାମ ଦଳ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଲୁ ଯୋଗଦେଇଛନ୍ତି।ପ୍ରତ୍ୟକ ଦିନ ଭକ୍ତ ଙ୍କ ପାଇଁ ଅନ୍ନ ଯଜ୍ଞ ସହ ପ୍ରବଚନ ଅନୁଷ୍ଠିତ ହେଉଛି।ବିନୟ କୁମାର ନାୟକ ଙ୍କ କହିବା ଅନୁସାରେ ମନୁଷ୍ୟ କେତେ ଆଧୁନିକ ହେଲେ ମଧ୍ୟ ଯଜ୍ଞ ଓ ଭାଗବତ ପାଠ ର ଗୁରୁତ୍ୱ ରହୁଛି,ତେଣୁ ଶୃଙ୍ଖଳିତ ସମାଜ ସୃଷ୍ଟି କରିବା ପାଇଁ କେପିଟି ଗ୍ରାମବାସୀଙ୍କ ଚେଷ୍ଟା ପ୍ରଶଂସନୀୟ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
ଆଧୁନିକ ଯୁଗରେ ଆଧ୍ୟାତ୍ମିକତା।

Leave a Reply

Your email address will not be published. Required fields are marked *