ମୁକ୍ତାପୁର ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଅରାଜକତା ର କାହାଣୀ ଅନେକ।
କେନ୍ଦୁଝର ଜିଲ୍ଲା ର ବିଭିନ୍ନ ବ୍ଳକର ଆଦିବାସି ବହୁଳ ଅଞ୍ଚଳରେ ବହୁ ଆଶ୍ରମ ସ୍କୁଲମାନ ସରକାରଙ୍କ ତରଫରୁ ଖୋଲା ଯାଇଛି। କେତେକ ସ୍କୁଲ କୁ ପହଞ୍ଚିବାକୁ ହେଲେ କଚା ରାସ୍ତା ଦେଇ ଯିବାକୁ ହୋଇଥାଏ। ଯେହେତୁ ରାସ୍ତା କଚା, ତେଣୁ ସ୍କୁଲ ଗୁଡିକରେ ଯେତେ ପ୍ରକାର ଅନିୟମିତ ହେଲେ ମଧ୍ୟ ପ୍ରଶାସନର ଉଚ୍ଚ ଅଧିକାରୀ ମାନଙ୍କ ନଜର ଏ ସବୁ ସ୍କୁଲ ଗୁଡ଼ିକ ପ୍ରତି ବିଶେଷ ନଥାଏ । ଯେମିତି ଘଟଗାଁ ବ୍ଳକର ମୁକ୍ତାପୁର ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଅନିୟମିତତା ସମ୍ବନ୍ଧରେ ଏଠାରେ ଆଲୋଚନା କରିବା ।

ପ୍ରଧାନ ଶିକ୍ଷକ ସ୍କୁଲରେ ଥିବା ସମୟରେ ବିନା ଡ୍ରେସ କୋଡ଼ରେ କାର୍ଯ୍ୟ କରିଥାନ୍ତି। ଏଥିରୁ ଆପଣ ମାନେ ଅନୁମାନ କରୁଥିବେ ଜଣେ ପ୍ରଧାନ ଶିକ୍ଷକ ଯଦି ନିଜର କାର୍ଯ୍ୟସ୍ଥଳୀରେ ପୋଷକ ପରିଧାନରେ ନିୟମ ଉଲଙ୍ଘନ କରି ପାରୁଛନ୍ତି ସେ କିଭଳି ନିଜ ଛାତ୍ରଛାତ୍ରୀମାନଙ୍କୁ ଏବଂ ଅନ୍ୟାନ୍ୟ ଶିକ୍ଷକଙ୍କୁ ପୋଷାକ ପରିଧାନ ନିୟମ ଉଲଙ୍ଘନ ଉପରେ କହି ପାରିବେ । ପ୍ରଧାନ ଶିକ୍ଷକ ଗୋଟିଏ କାର ବ୍ୟବହାର କରୁଛନ୍ତି।

ପିଲାମାନଙ୍କୁ ମଶାରୀ ବଣ୍ଟନ ନକରି ନିଜ ରୁମରେ ରଖିଥିବାର ଜଣାଯାଏ। ଏହା ଦ୍ଵାରାବର୍ଷା ଦିନରେ କୋମଳମତି ପିଲାମାନଙ୍କୁ ଡେଙ୍ଗୁ ମେଲେରିଆରୁ ରକ୍ଷା କରିବାକୁ ସରକାରଙ୍କ ପ୍ରୟାଶ ଏହିଠାରେ ଫେଲ ମାରୁ ଥିବାର ଜଣାଯାଏ। ସରକାର ପିଲାମାନଙ୍କ ରୋଷେଇ ପାଇଁ କାଠ ବଦଳରେ ଗ୍ୟାସର ବ୍ୟବସ୍ଥା କରିଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଏହି ସ୍କୁଲରେ ଦେଖାଯାଏ । ସ୍କୁଲରେ ଜାଳେଣୀ କାଠ ବ୍ୟବହାର କରାଯାଉଥିବା ର ଦେଖାଯାଏ ।

ଏ ସମ୍ବନ୍ଧରେ ସାମ୍ବାଦିକ ପଚାରିବାରୁ ପ୍ରଧାନ ଶିକ୍ଷକ କହିଲେ ଆଜ୍ଞା ଆପଣ ମାନେ ମୋତେ ହଇରାଣ କରିବାକୁ ପଚାରୁଛନ୍ତି।

ସ୍କୁଲ ପରିସର ମଧ୍ୟରେ ଅଇଣ୍ଠା ଖାଦ୍ୟପଦାର୍ଥ ରହି ସନ୍ତସନ୍ତିଆ ହୋଇ ରହୁଥିବାରୁ ଏହା ଆସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ଭଳି ମନେହୁଏ ।
କେନ୍ଦୁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
