କାଜୁ ଜଙ୍ଗଲରୁ କୋଟି କୋଟି ଟଙ୍କାର ମାଙ୍କଡା ପଥର ଏବଂ ମୋରମ ଲୁଟ୍

କାଜୁ ଜଙ୍ଗଲରୁ କୋଟି କୋଟି ଟଙ୍କାର ମାଙ୍କଡା ପଥର ଏବଂ ମୋରମ ଲୁଟ୍ l ସବୁ ଜାଣି ଶୁଣି ପୋଲିସ ଚୁପ୍। ପୋଲିସ ଫାଣ୍ଡିରେ ଲାଗିଥିବା ସିସିଟିଭିରେ ଲୁଚିଛି ପ୍ରମାଣ ।
ପିପିଲି ରେ ଚାଲିଛି ଅବୈଧ ଖଣି ମାଫିଆଙ୍କ ରାଜ୍ । ପୋଲିସ ଫାଣ୍ଡି ଅତି ନିକଟରୁ ହେଉଛି ଲୁଟ ତରାଜର କଳା ସାମ୍ରାଜ୍ୟ । ପାଖାପାଖୂ ୩୦ ଏକର ରୁ ଉର୍ଦ୍ଧ କାଜୁ ଜଙ୍ଗଲ ଜମିରୁ ତାଢ଼ି ନେଉଛନ୍ତି କୋଟି କୋଟି ଟଙ୍କାର ମାଙ୍କଡ଼ା ପଥର ଓ ମୋରମ । ସେପଟେ ସ୍ଥାନୀୟ ପୋଲିସ ସବୁ କିଛି ଜାଣି ନ ନଜାଣିଲା ଭଳି ଅଭିନୟ କରୁଛି । ପିପିଲି ତହସିଲ ଅଧୀନ ନିଜିଗଡ କୁରୁଖୀ ମୌଳା ଓଇସି ଫାଣ୍ଡି ନିକଟରୁ କୋଟି କୋଟି ଟଙ୍କା ର ରାଜସ୍ ଲୁଟ ହେଉଥିବା ର ଖବର ଏବେ ସାମ୍ନାକୁ ଆସିଛି । ପୋଲିସ ଫାଣ୍ଡି ସମ୍ମୁଖ ରାସ୍ତାରେ ଏସବୁ କାରବାର ହେଉଥିବା ବେଳେ ପୋଲିସ୍ ଖାଲି କ୍ୟାମେରା ଲଗାଇ କିଛି ଜାଣୁନଥବା ଫାଣ୍ଠି କର୍ମଚାରୀ । ସବୁ ଠାରୁ ବଡ଼ କଥା ହେଉଛି ପୋଲିସ ଫାଣ୍ଡି ଅତି ନିକଟରୁ କୋଟି କୋଟି ଟଙ୍କାର ମାଙ୍କଡ଼ା ପଥର ଓ ମୋରମ ବେଆଇନ୍ ଭାବେ ଖନନ କରି ଶହଶହ ହାଇଓ୍ୱା ଟ୍ରକ୍ ରେ ଚାଲାଣ ହେଉଛି । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଜୁ ଜଙ୍ଗଲ ଜମିରେ ବେଆଇନ୍ ଭାବେ ଖନନ ଯୋଗୁଁ ବିରାଟ ଗର୍ତ ମାନ ସୃଷ୍ଟି ହୋଇଅଛି । ଯାହାକୁ ନେଇ ଆଗାମୀ ଦିନରେ ସେଠାରେ ବଡ଼ ବିପଦର ଆଶଙ୍କା କରାଯାଉଛି । ବେଆଇନ ଖଣି ଖନନ କରି ମାଫିଆ ମାନେ ରାଜ୍ୟ ସରକାର ଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି କରୁଛନ୍ତି । ସ୍ଥାନୀୟ ପୋଲିସ୍ ଏଭଳି ଦୁର୍ନୀତି ଉପରେ ଲଗାମ ରଖୀବା ପରିବର୍ତ୍ତେ କେବଳ ରାତି ସାରା ସାଧାରଣ ବାଲି ଗଦା କୁ ଜଗି ଦିନରେ ଶୋଉଥିବା କଥା କହିଛନ୍ତି । ଏକପ୍ରକାର କହିବାକୁ ଗଲେ ବାଲି ଗଦା ଜଗିବା ନାଁ ରେ ଏଭଳି କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ପାଇଁ ପୋଲିସ ସବୁ ଜାଣିଶୁଣି କରୁଛି ବୋଲି ଲୋକେ କ‌ହିଛନ୍ତି । ପୁରୀ ମାଇନ୍ସ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଚଢ଼ାର ଜାରି ରଖୁଛି ।ସ୍ଥାନୀୟ ତହସିଲ କର୍ମଚାରୀ ଓ ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ ଜାରୀ ରଖୁଛି । ଏଭଳି ଦୁର୍ନୀତି ଉପରେ କଡା ନଜର ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଇନ୍ସ ଅଧିକାରୀ ସମିର ରଂଜନ ମିଶ୍ର କ‌ହିଛନ୍ତି ।
ପିପିଲି ରୁ ତାପସ ରଞ୍ଜନ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *