ରାକ୍ଷୀ ଏବଂ ରକ୍ତଦାନ ହେଉଛି ରକ୍ତ ସମ୍ପର୍କ। ଏହି ଅବସରରେ ରାଜଗାଙ୍ଗପୁରରେ ଡାଲମିୟା ସିମେଣ୍ଟ କାରଖାନା ଏବଂ ରାମଭକ୍ତ କମିଟି ତରଫରୁ ସମ୍ପର୍କର ଡୋର, ରକ୍ତଦାନ ଶିବିର ଆୟୋଜିତ।
ରକ୍ତଦାନ ମହତ କାମ ଉଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଆଇ.ଟି. କଲୋନୀ ରାମଭକ୍ତ କମିଟି ଆନୁକୁଲ୍ୟରେ ରକ୍ତଦାନ ଶିବିର ଆଇ.ଟି. କଲୋନୀ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ବିଧାୟକ ଡଃ ସି.ଏସ. ରାଜନ୍ ଏକ୍କା ଏବଂ ସମ୍ମାନୀୟ ଅତିଥି ରୂପେ ଡାଲମିଆ ସିମେଣ୍ଟ କାରଖାନାର ପେକିଗଂ ପ୍ଲାଣ୍ଟ ମୁଖ୍ୟ ମନିନ୍ଦର ସିଂ ବିଶିଷ୍ଟ ଶିଳ୍ପପତି କମଳ ଅଗ୍ରୱାଲ, ଅଖିଳ ଭାରତୀୟ ମାରୱାଡ଼ି,ମହିଳା ସମ୍ମିଳନୀ ସଭାପତି ରେଖା ଅଗ୍ରୱାଲ, ମାରୱାଡ଼ି ମହିଳା ସମିତିର ସଭାପତି ଅନିତା ଅଗ୍ରୱାଲ ଯୋଗଦାନ କରି ରକ୍ତ ଦାନ କରିବା ସହ ସ୍ବେଛାକୃତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଦାନ ମହତ କାମ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବରେ ଆଲୋକପାତ କରାଇଥିଲେ। ଏହି ଅବସରରେ ରେ ରାମଭକ୍ତ କମିଟିର ସଭାପତି ଶ୍ରୀ ରିତେଶ, ଦୁର୍ଗା ବାହିନୀ ପକ୍ଷରୁ ସ୍ୱାଗତିକା ଜେନା, ଗୈତମ ମହାରଥୀ, ପବନ ଗଡୋତିଆ, ଜୟପ୍ରକାଶ ବାଦି,ଇକବାଲ ମଲ୍ଲିକ, ଶଶୀ ଚୈରସିଆ, ସୁରେଶ ବାରିକ୍,ଶୁଭମ ସାହୁ ଏବଂ ଆସିଫ ରାଜାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
ରାକ୍ଷୀ ଏବଂ ରକ୍ତଦାନ ହେଉଛି ରକ୍ତ ସମ୍ପର୍କ
