ରାଜଗାଙ୍ଗପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ।
ରାଜଗାଙ୍ଗପୁର ସହର ର ଐତିହାସିକ ପ୍ରସିଦ୍ଧ ଗଣେଶ ପୂଜା ଏବଂ ମହମ୍ମଦ ଜୟନ୍ତୀ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଲ କୈରଙ୍କ ଅଦଖ୍ୟତା ରେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା, ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରୀଜେଶ ରାଏ, ଉପ ଜିଲ୍ଲାପାଳ ତେଜସ୍ଵୀନି ବେହେରା,ଏ ଏସପି ମହେନ୍ଦ୍ର ମୁର୍ମୁ, ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନ, ଏସଡିପିଓ ବିଭୁତି ଭୁଷଣ ଭୋଇ, ଡିଏସପି ମନୋରଞ୍ଜନ ପ୍ରଧାନ, ଥାନା ଅଧିକାରୀ ବିଜୟ ଦାସ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ବିଡ଼ିଓ ଅକ୍ଷୟ କୁମାର ବାଗ, ଜିଲ୍ଲା ର ବରିଷ୍ଠ ପୋଲିସ ଅଧିକାରୀ,ସର୍ବଜାନିକ ପୂଜା କମିଟି ର ସଭାପତି ରମେଶ ଅଗ୍ରୱାଲ,ଝରଝରା କମିଟି ର ସଭାପତି ପପ୍ପୁ ଅଗ୍ରୱାଲ, ସମ୍ପାଦକ ଅଶୋକ ଦାସ, ମଜାର କମିଟି ର ସଭାପତି ଷ୍ପାକ ଗୁଡା,ମାଦ୍ରାସା ମସଜିଦ କମିଟି ର ସଭାପତି ଏଡି ଆରିଫ, ବିଜେପି ମଣ୍ଡଳ ସଭାପତି ରାଜନ୍ ସୋନି ଏବଂ ଟାଉନ କଂଗ୍ରେସ ସଭାପତି ଦେବରଞନ ବିନୋଦ ଉପସ୍ଥିତ ଥିଲେ।

ବିଭିନ୍ନ ୱାର୍ଡରୁ ଆସିଥିବା କାଉନସିଲର ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ,ବୁଦ୍ଧିଜୀବୀ, ଟ୍ରକ ମାଲିକ ସଂଘ ସଭାପତି ଜଗନ୍ନାଥ ଯାଦବ, ସମ୍ପାଦକ ରାକେଶ ନନ୍ଦା, ଟାଟା ପାୱାର ରୁ ସଞ୍ଜିବ ମାହାନ୍ତ, ଡାଲମିଆ ସିମେଣ୍ଟ ସୁରକ୍ଷା ଅଧିକାରୀ, ସାମାଜିକ ସ୍ବେଛାସେବୀ ସଂସ୍ଥା ଓ ବିଭିନ୍ନ ପୂଜା କମିଟି ର ସଭାପତି ମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜଗାଙ୍ଗପୁର ପୋଲିସ ଉପସ୍ଥିତି ରେ ଗଣେଶ ପୂଜା ଓ ମହମ୍ମଦ ଜୟନ୍ତୀ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ପ୍ରତିକାର ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂଜା ସମୟରେ ଆଲୋକ ବ୍ୟବସ୍ଥା, ପାଣିୟ ଜଳ,ରାସ୍ତା ଘାଟ ମରାମତି, ବିଦ୍ୟୁତ୍ ସେବା, ସୋସିଆଲ ମିଡ଼ିଆ ପ୍ରଚାର ଆଦି ଉପରେ କଡା ନଜର ରଖିବା ପାଇଁ ଆଲୋଚନା ହୋଇଥିଲା।

ନିଶାଦ୍ରବ୍ୟ ସେବନ,ଅସାମାଜିକ କାର୍ଯ୍ୟକଳାପ ଉପରେ ମଧ୍ୟ କଡା ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଏବଂ ପୋଲିସ ପେଟ୍ରୋଲିଗଂ କରିବା ପାଇଁ ନିଷ୍ପତି ନିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଥାନା ଅଧିକାରୀ ବିଜୟ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
