ରାମ ବନବାସ ସମୟରେ ରାୟଗଡା ଜିଲ୍ଲାରେ ତାଙ୍କର ଉପସ୍ଥିତିକୁ “ରାମ ଫଳ” ପ୍ରମାଣିତ କରୁଛି। କିମ୍ବଦନ୍ତୀ ଅନୁଯାୟୀ ବନବାସ ସମୟରେ ସେମାନେ ଆଦିବାସୀ ମାନଙ୍କ ଠାରୁ ଯେଉଁଫଳ ଖାଇଥିଲେ, ତାହା ହେଉଛି ରାମ ଫଳ। ଆମେମାନେ “ସୀତା ଫଳ” ବା ଆତ ସହିତ ପରିଚିତ। ରାମ ଫଳ ଏବେ କୋରାପୁଟ, ରାୟଗଡା, ମାଲକାନାଗିରି, ନବରଙ୍ଗପୁରରେ ବହୁ ପରିମାଣରେ ଫଳୁଛି , ହାଟରେ ବିକ୍ରି ହେଉଛି ଏବଂ ଲୋକେ ଏହାକୁ ଫଳ ରୂପେ ଖାଉଛନ୍ତି। ଏହି ଫଳ ନାତି-ଶୀତୋସ୍ମ ଜଳବାୟୁରେ ହୋଇଥାଏ। ବର୍ତ୍ତମାନ ରାୟଗଡା ବ୍ଲକର ପିପିଲି ଗୁଡା,ମୀରାବଲି, ବୈରାଗୀ ହାଲୁଆ ଓ କୋଳନର ବ୍ଲକର ମକୁନ୍ଦପୁର ବଡଖିଲାପଦର ଓ ଗୁଡାରି ବ୍ଲକର କିଛି କିଛି ଜାଗାର ଜଙ୍ଗଲ ଓ ପାହାଡ଼ରେ ହେଉଅଛି। ଏହି ଫଳକୁ ଆଦିବାସୀ ମାନେ ପାଖରେ ଥିବା ବଜାରରେ ବିକ୍ରି କରୁଛନ୍ତି। ଏହି ଫଳ ବହୁତ ସ୍ୱାଦ ଯୁକ୍ତ ଏବଂ ବହୁତ ଔଷଧୀୟ ଗୁଣ ରହିଛିl ଏହା ଶୀତଋତୁ ଏବଂ ଗ୍ରୀଷ୍ମଋତୁ ମଧ୍ୟରେ ହୋଇଥାଏ। ଏହା ମଦୁମେହ ରୋଗୀଙ୍କ ପାଇଁ ଫଳପ୍ରଦ ଅଟେ l ଏଥିରେ ବହୁ ପରି ମାଣରେ କ୍ୟାଲସିମ ଅଛି ଏବଂ ଅନ୍ୟ ଫଳ ତୁଳନାରେ କମ୍ ମାତ୍ରାରେ ପ୍ଲୁଟୋନ ଅଛି। ଏହା କ୍ୟାନସର ରୋଗୀ ମାନଙ୍କ ପାଇଁ ମଧ୍ୟ ଏକ ଔଷଧ। ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ରାୟଗଡ଼ାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।
ରାମ ବନବାସ ସମୟରେ ରାୟଗଡା ଜିଲ୍ଲାରେ ତାଙ୍କର ଉପସ୍ଥିତିକୁ ରାମ ଫଳ ପ୍ରମାଣିତ କରୁଛି।
