ରାମନାଗୁଡ଼ା ବ୍ଲକ ତରଫରୁ ବ୍ଲକ ସ୍ତରୀୟ ସାଂସ୍କୃତିକ ଉତ୍ସବ ଚଇତି-୨୦୨୫ ମହାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କାଶୀପୁର ସ୍ଥିତ ମାଁ ମାଣିକେଶ୍ବରୀ ମନ୍ଦିର ପୀଠରୁ ଅଣାଯାଇଥିବା ଚଇତି କଳସକୁ ନିକଟସ୍ଥ ପାଲୁପାଇ ଶିବମନ୍ଦିର ଠାରେ ସ୍ଥାପନ କରାଯାଇଥିଲା। କାଳୁପାଇ ଶିବ ମନ୍ଦିର ନିକଟରେ ଥିବା ନାଳରୁ ଆଚାର୍ଯ୍ୟଙ୍କ ଦ୍ୱାରା ପୂର୍ବାହ୍ନ ସମୟରେ ପୂଜାବିଧି ସହକାରେ ଗଙ୍ଗା ଆବାହନ କରି ପୂର୍ଣ୍ଣ କଳସୀକୁ ଏକ ବିଶାଳ ଶୋଭାଯାତ୍ରା ସହ ସ୍ଥାନୀୟ ମିନି ଷ୍ଟାଡିଅମ ଅସ୍ଥାୟୀ ଚଇତି ମଣ୍ଡପରେ କଳସ ସ୍ଥାପନା କରାଯାଇଥିଲା। ବିଭିନ୍ନ କଳା, ସଂସ୍କୃତି ଓ ପରମ୍ପରା ନୃତ୍ୟରେ ଚଇତି ମଣ୍ଡପ ଉତ୍ତଫୁଲୀତ ହୋଇ ଉଠିଥିଲା।

କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡ଼ା ତଥା ଚଇତି-୨୦୨୫ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ସମ୍ମାନିତ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡା ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ନିମାଲା, ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସ୍ଥାନୀୟ ତହସିଲଦାର ପ୍ରଣାକୃଷ୍ଣ ପାଣିଗ୍ରାହୀ ମଞ୍ଚାସିନ ରହିଥିଲେ ।

କାର୍ଯ୍ୟକ୍ରମ ଅବସରରେ ବ୍ଲକ ସ୍ତରୀୟ ବିଭାଗ ତରଫରୁ ବିଭିନ୍ନ ୧୦ ଗୋଟି ଷ୍ଟଲ ପ୍ରଦର୍ଶନ ହୋଇଥିଲା। ଅତିଥି ମାନେ ପ୍ରଥମେ ଷ୍ଟାଲ ଗୁଡ଼ିକ ବୁଲି ଦେଖିବା ସହିତ ଫିତା କାଟି ଉଦଘାଟନ କରିଥିଲେ। ଆନୁଷ୍ଠାନିକ ଭାବେ ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ ସହକାରେ ଚଇତି ମଣ୍ଡପକୁ ସ୍ୱାଗତ କରାଯାଇ ମଞ୍ଚାସିନ କରାଯାଇଥିଲା। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିଛବିରେ ଧୂପଦୀପ, ପୁଷ୍ପାଳକ ଏବଂ ପ୍ରଦୀପ ପ୍ରଜ୍ବଳନ ସହକାରେ ଶ୍ରୀଫଳ ଭାଙ୍ଗି ଚଇତି ୨୦୨୫ ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଚଇତି ଉପଲକ୍ଷେ ମଞ୍ଚାସିନ ଅତିଥି ମାନଙ୍କ ଅବିଭାଷଣରେ ମଞ୍ଚକୁ ମନମୁଗ୍ଧ କରିଥିଲା।

ଏହି ଉତ୍ସବ ପରିପ୍ରେକ୍ଷୀରେ ଅଞ୍ଚଳର ଐତିହ୍ୟ ପରମ୍ପରା, କଳା, ସଂସ୍କୃତି, କ୍ରୀଡା ଏବଂ ଲୁକାୟିତ ପ୍ରତିଭାରେ ଅଂଶଗ୍ରହଣ କରିଥିବା ବିଭିନ୍ନ କଳାକାର ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଚଇତି-୨୦୨୫ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ, କର୍ମକର୍ତ୍ତା, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,କଳାକାର ଓ ଅଞ୍ଚଳର ବହୁ ଜନସାଧାରଣ ମାନେ ଉପସ୍ଥିତ ରହି ଚଇତି- ୨୦୨୫ ମହାତ୍ସବକୁ ଅନୁଭବ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମା ଏବଂ ଆନନ୍ଦ ରାଓ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
