ରାୟଗଡା ରେ ନନ୍ଦଉତ୍ସବ ବଡ ଧୁମଧାମ ରେ ପାଳନ କରାଯାଇଛି।

କୋଭିଡ ପରେ ପ୍ରାୟ ପ୍ରତ୍ୟକ ଧର୍ମର ଲୋକ ମାନଙ୍କ ମଧ୍ୟରେ ଭକ୍ତିଭାବ ବଢିଯାଇଛି।
ରାୟଗଡା ରେ ନନ୍ଦଉତ୍ସବ ବଡ ଧୁମଧାମ ରେ ପାଳନ କରାଯାଇଛି।
ସାରା ଭାରତ ରେ ହିନ୍ଦୁଧର୍ମ, ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ନେଇ ରାୟଗଡା ଜିଲ୍ଲାରେ ବଡ ଧୁମଧାମରେ ଏହି ଉତ୍ସବ ପାଳନ କରାଯାଇଛି l କ୍ରିଷ୍ଣା ବିହାରୀ ଯାଦବ ସଂଘ ପକ୍ଷରୁ ସ୍ଥାନୀୟ ଦୈନିକ ବଜାର ହନୁମାନ ମନ୍ଦିର ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଶଙ୍କିତର୍ଣ୍ଣ,ପୂଜା, ଘଣ୍ଟ ଘଣ୍ଟି , ଢୋଲ ବଜାଇ ସ୍ଥାନୀୟ ଲୋକ ନୃତ୍ୟ ପରି ବେସଣ କରି କ୍ରିଷ୍ଣା ଭଗବାନ ପ୍ରତିମୂର୍ତ୍ତିକୁ ମେଲଣ କରି ଓବରବ୍ରିଜ ଦେଇ ଭେଙ୍କଟସ୍ୱର ମନ୍ଦିର କୁ ନେଇଥିଲେ l ଭେଙ୍କଟସ୍ୱର ମଣ୍ଡପରେ ପ୍ରତିମୂର୍ତ୍ତି କୁ ସ୍ଥାପନ କରି ପୂଜା ଅର୍ଚନା କରିଥିଲେ l ପୂଜା ଅର୍ଚନା ପରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ମଧ୍ୟ b ସଂସ୍କୃତିକ କାର୍ଯ୍ୟକର୍ମ କରାଯାଇଥିଲା। ଏହି ସମାରୋହ ରେ ରାୟଗଡା ର ଏମ ଏଲ ଏ ଶ
ଆପଲ ସ୍ୱାମୀ କାଡାରାକା, ପୂର୍ବତନ ଉପ ଵାଚସ୍ପତି ଲାଲ ବିହାରୀ ହିମାରିକା, କମିଟି ମୁଖ୍ୟ ବାଙ୍ଗାରି ବାବୁ, ସଭାପତି ମୋବଲ ରାବନା, ସମ୍ପାଦକ ଇ ଅନିଲ କୁମାର ଓ ପି କିଶୋର, ଏମ ବିଜୟ କୁମାର, ସେର ରାବନା ରାଓ. ଏବଂ ପି ଚୈତନ୍ୟ ଉପସ୍ଥିତ ଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ଜିଲ୍ଲା ସ୍ତରୀୟ ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *