ସୁରଭି ବନାମ ଶିକ୍ଷା ବ୍ୟବସ୍ଥା

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପାଳନ କରାଯାଉଛି। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ଆମ କ୍ୟାମେରା ଟିମ ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳ ରେ ଶିକ୍ଷା ବ୍ୟବସ୍ଥା ରେ ଫେଲକରିଛି ଜିଲ୍ଲା ପ୍ରଶାସନ l ତିନି ବର୍ଷ ହେଲା ଅନୁଗୁଭା ସରକାରୀ ପ୍ରାଥମିକ ସ୍କୁଲ ରେ ଶ୍ରେଣୀ ଗୃହ ନାହିଁ l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଠ ପଢିଵା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ମୁହଁl କରିବା ପାଇଁ ବିଭନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଏପରିକି ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଗ୍ରହଣ ପାଇଁ ଡିଜିଟାଲ ଶିକ୍ଷାଦାନ ସହିତ ପିଲାଙ୍କ ଦକ୍ଷତା ବିକାଶ ପାଇଁ ଗୁରୁତ୍ବ ଦେଇଛନ୍ତି l ଏତେସବୁ ଯୋଜନା ଗୁଡିକ ଥିବା ସତ୍ତ୍ୱେ ଆଜିବି ବିଭିନ୍ନ ଅଞ୍ଚାଳରେ ଶ୍ରେଣୀ ଗୃହ ନଥିବାରୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ବାହାରେ ଗଛ ତଳେ, ବନବିଭାଗ ଜାଇକାର ଘର ବାରଣ୍ଡାରେ ବସି ପାଠ ପଢୁଛନ୍ତି l ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସମୟର ପାଠପଢାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଶିକ୍ଷା ବିଭାଗର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଆନୁଗୁଭା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ l ଚଳିତ ବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି l ଶ୍ରେଣୀ ଗୃହ ନଥିବାରୁ ବନ ବିଭାଗ ର ବନ ସୁରକ୍ଷା ସମିତି ଗୃହ (ଜାଇକା) ରେ ପିଲା ପାଠ ପଢୁଛନ୍ତି l ସେହିପରି ରୋଷେଇ ଗୃହକୁ ବିଦ୍ୟାଳୟର କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଛି l ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନୂଗୁଭା ଗ୍ରାମରେ ୧୬ ଅକ୍ଟୋବର ୨୦୦୨ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା l ସେହି ସମୟରେ ଦୁଇଟି ଶ୍ରେଣୀ ଗୃହ ଓ ଗୋଟିଏ ରୋଷେଇ ଗୃହ ନିର୍ମାଣ କରାଯାଇ ଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ରକ୍ଷଣା ବେକ୍ଷଣ ଅଭାବରୁ ଶ୍ରେଣୀ ଗୃହ ଧୀରେ ଧୀରେ ନଷ୍ଟ ହେବା ରେ ଲାଗିଥିଲା l ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟି କାରଣରୁ ୨୦୨୩ ରୁ ଆଉ ଶ୍ରେଣୀ ଗୃହ ରେ ଶିକ୍ଷାଦାନ କରାଯାଉନାହିଁ l ସ୍ଥାନ ଅଭାବରୁ ୬ ମାସ ଗଛ ତଳେ ପାଠ ପଢ଼ା ଯାଇଥିଲା l ତାପରେ ଗ୍ରାମରେ ଥିବା ବନ ବିଭାଗ ର ଜାଇକା ଗୃହ ଓ ବାରଣ୍ଡା ରେ ଛାତ୍ର ଛାତ୍ରୀ ଙ୍କୁ ବସାଇ ପାଠପଢ଼ା ଯାଉଛି l ବିଦ୍ୟାଳୟ ସମସ୍ୟା ବିଷୟରେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିରରେ ଅନେକଥର ଜଣାଇ ସାରିଛନ୍ତି l କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ପୂର୍ବତନ ଜିଲ୍ଲା ପାଳ ଜେ ସୋନାଲ, ପୂର୍ବତନ ଜିଲ୍ଲା ପାଳ ସୁବ୍ରତ କୁମାର ପଣ୍ଡା, ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଉକ୍ତ ବିଦ୍ୟାଳୟ କୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ l ପୁରୁଣା ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ରାମବାସୀ ଛାତ କୁ ଭାଙ୍ଗି ଦେଇ ଥିବା କହିଛନ୍ତି l ବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯିବା ନେଇ ପ୍ରସାଶନିକ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ଉକ୍ତ ଗ୍ରାମର ସ୍କୁଲ ଗୃହ ପାଇଁ ସୁବିଧା ହୋଇ ନାହିଁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସନ୍ତୋଷ ପାତ୍ର, ଅଭିଭାବକ ଅଶାଢୁ ମାଝୀ, ଯଶୋବନ୍ତ ପାତ୍ର ଓ ଗ୍ରାମ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ତୁରନ୍ତ ଏହି ବିଦ୍ୟାଳୟ ରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପୂର୍ବକ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *