ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ଟିଟିଲାଗଡ ରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା
ଅନୁଷ୍ଠିତ ।
ଜାମପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଭିରାମ ମାଝୀଙ୍କ ଦ୍ଵାରା ଗୋଷ୍ଠୀ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେଇଥିଲା l ଉକ୍ତ କାର୍ଯକ୍ରମ ରେ ଖୋଲାନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନରେଶ ଅଗ୍ରୱାଲ ମୂଖ୍ୟ ଅତିଥି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ତ ଧର ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ l ପ୍ରଥମେ ଅତିଥି ଗଣ ମା ସରସ୍ଵତୀ ଙ୍କୁ ପୁଷ୍ପ , ଦୀପ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇବା ସହ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ଆଦେଶ ଅନୁଯାୟୀ ଏହି ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳାର ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ପାଇଁ ଶିକ୍ଷକ ଙ୍କ ଭୂମିକା ଏବଂ ନିର୍ଦ୍ଧାରିତ ସମୟସୀମା ଭିତରେ ସମ୍ପୂର୍ଣ୍ଣ ଭାବରେ ସଫଳତା କିପରି କରାଯିବ ସେ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ l ଛାତ୍ର ଓ ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ପାଇଁ ଜ୍ଞାନ ର କାର୍ଯ ଦକ୍ଷତା ମୂଲ୍ୟାଙ୍କନ , ସମୀକ୍ଷା ଏବଂ ବିଶ୍ଳେଷଣ ଓ ସଠିକ୍ ଶିକ୍ଷଣ ଉପକରଣ ବ୍ୟବହାର ଉପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆଲୋକପାତ କରିଥିଲେ ଓ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ ଯେ ବିଭିନ୍ନ ଶିକ୍ଷଣ ଉପକରଣ ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ଧାରଣା କୁ ସ୍ପଷ୍ଟ କରିବେ l ଜାମପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ ବିଶ୍ଵନାଥ ମିଶ୍ରଙ୍କ ସମସ୍ତ କ୍ଲଷ୍ଟର ରୁ ଯୋଗ ଦେଇଥିବା ସହକାରୀ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *