ବିଶ୍ୱନାଥ ପୁର ଠାରେ କିସ ପକ୍ଷରୁ ଆର୍ଟ ଅପ୍ ଗିଭିଂ କାର୍ଯ୍ୟକ୍ରମ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସଭାଗୃହ ଠାରେ ଡ. ଅଚ୍ୟୁତ ସାମନ୍ତ ଙ୍କ ପ୍ରେରଣାରେ” ଆର୍ଟ ଅଫ ଗିଭିଂ” ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ.ଅଚ୍ୟୁତ ସାମନ୍ତଙ୍କ ଜୀବନଦର୍ଶନ କୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି ।

ପ୍ରଥମେ ଅତିଥିମାନଙ୍କୁ କିସ ର ଶିକ୍ଷକ,ଅଭିଭାବକ ଓ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ କରାଯାଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯକ୍ରମ ର ଶୁଭାରମ୍ଭ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସମ୍ମାନୀତ ଅତିଥି ଭଟଙ୍ଗା ପଦର ପଞ୍ଚାୟତ ସରପଞ୍ଚ ଦଶମୀ ମାଝୀ ସମେତ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା ଯୋଗଦେଇ ଥିଲେ l

ଏବର୍ଷ ପଡୋଶୀଙ୍କ ପାଇଁ କିଛି ଭଲ କରିବା , ଆମେ ଖୁସିରେ ରହିବା ସହ ଆମ ପଡୋଶୀଙ୍କ ଦୁଃଖ ସୁଖ ରେ ନିଜକୁ ସାମିଲ କରିବା ।ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ମାନକୁ ଉନ୍ନତ କରିବା ପାଇଁ କିସ୍ ଭଳି ଏକ ନିଶୁଳ୍କ ବିଶ୍ଵ ବିଦ୍ୟାଳୟ ରେ ପ୍ରଥମରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଓଡ଼ିଶାରେ ଗୌରବ ଆଣିଦେଇଛି। ଭୁବନେଶ୍ୱର ବ୍ୟତୀତ କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ,ଓ ବାଲେଶ୍ଵର ଠାରେ କିସ୍ ବିଦ୍ୟାଳୟ ପ୍ରତିଷ୍ଠା କରି ୩୦ ହଜାର ରୁ ଅଧିକ ଶିକ୍ଷାର୍ଥୀ ଶିକ୍ଷାଦାନ କରୁଛନ୍ତି ।

ଅଚ୍ୟୁତସାମନ୍ତଙ୍କ ଏ ନିରବଚ୍ଛିନ୍ନ ସେବା କୁ ଅତିଥିମାନେ ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତ ଙ୍କ ଏହି ମହାନ ଉଦ୍ଦେଶ୍ୟ କୁ ଭୂୟସୀ ପ୍ରଶଂସା କରିବା ସହ ଏହି ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ସମସ୍ତ ଙ୍କ ଭିତରେ ସାହାଯ୍ୟର ମନୋଭାବ ଉଦ୍ରେକ ହେଲେ ଏକ ସୁସ୍ଥ ସମାଜ ଗଢି ଉଠିବ ବୋଲି ବକ୍ତବ୍ୟ ରଖିଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା lଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ ର ଆସିଷ୍ଟାଣ୍ଟ ସିଇଓ ସୁରେନ୍ଦ୍ର ମାଝୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସଭା ପରିଚାଳନା କରିଥିଲେ ଡମ୍ବରୁ ଧର ମାଝୀ, ଝଶକେତନ ମାଝୀ ସମେତ କିଟ, କିସ ପୂର୍ବତନ ଛାତ୍ର, ଛାତ୍ରୀ ସହଯୋଗ କରିଥିବା ବେଳେ ସୁରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

କଳାହାଣ୍ଡି ଜିଲ୍ଲା ଫଟୋ ନ୍ୟୁଜ ଟାଇମ୍ସ ର ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *