ନିଧିପୁର ଗାଁର ରେ ହାତୀ ଆକ୍ରମଣ ,ଯୁବକଙ୍କ ମୃତ୍ୟୁ ।ସାଇକେଲ୍ରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଆକ୍ରମଣ କରିଥିଲା ହାତୀ , ଘଟଣା ସ୍ଥଳରେ କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକୋ ମୃତକ ହେଲେ ନିଧିପୁର ଗ୍ରାମର ସୁଶାନ୍ତ ପ୍ରଧାନ(୪୦)। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ବେଗୁନିଆ ବ୍ଲକ୍ ହଜ ପଞ୍ଚାୟତ ନିଧିପୁରୁ ଗ୍ରାମର ସୁଶାନ୍ତ ଗୁରୁବାର ରାତିରେ ଶୌଚ ହେବାକୁ ଯାଇ ସାଇକେଲ୍ରେ ଘରକୁ ଫେରୁଥିଲେ ।

ଫେରିବାବେଳେ ହାତୀ ହାବୁଡରେ ପଡି ଆକ୍ରମଣର ଶିକାର ହୋଇଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଅବରୋଧ କରି ଧାରଣାରେ ବସିଛନ୍ତି ଗ୍ରାମବାସୀ ।

ଜଙ୍କିଆ ଥାନା ପୋଲିସ ଓ ବନ ବିଭାଗ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଏହି ରେଞ୍ଜରେ ଦୀର୍ଘ ଦିନ ହେବ ହାତୀ ମଣିଷ ଲଢେଇ ଜାରି ରହିଛି । ଖାଦ୍ଯ ଲାଳସାରେ ହାତୀ ଗାଁ ମୁହାଁ ହେଉଛନ୍ତି। କେତେବେଳେ ହାତୀ, ଆଉ କେତେବେଳେ ମଣିଷ ଜୀବନ ଯାଉଛି । ହାତୀ ଗତିବିଧି ନିରୀକ୍ଷଣ ଏବଂ ସାଧାରଣରେ ସୁରକ୍ଷା ଦିଗରେ ବନ ବିଭାଗର ଅପରାଗତାକୁ ନେଇ ଚର୍ଚ୍ଚା ଜୋରଧରିଛି।
ବ୍ୟୁର ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
