କାଦୁଅ ପଚପଚ ନବ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କାଦୁଅ ପଚପଚ ନବ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ। ଯାତାୟାତ ପାଇଁ ଲୋକେ ହନ୍ତସନ୍ତ।
ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ” We State You Investigate “।
ରାସ୍ତା ପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ବାରମ୍ବାର ଅଭିଯୋଗ ପରେ ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ଅପେକ୍ଷା ପରେ ଗାଁକୁ ରାସ୍ତା ଟିଏ ନିର୍ମାଣ ପାଇଁ ମଞ୍ଜୁ ହୋଇଥିଲା ଓ ରାସ୍ତା କାମ ମଧ୍ୟ୍ୟ ଚାଲିଥିଲା l

ରାସ୍ତା କାମ ଦେଖି ଅଞ୍ଚଳ ଲୋକେ ଖୁସି ବ୍ୟକ୍ତ କରିଥିଲେ ହେଲେ ଅଧା କାମ କରି ଠିକାଦାର କାମ ଛାଡି ଛୁ ମାରିବାରୁ ରାସ୍ତା କାମ ଏବେ ବନ୍ଦ ରହିଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଇଛି l ଏହି ପରି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ ସଲପାଙ୍ଗ ଗାଁର ନବ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଯୋଜନା ରାସ୍ତାରୁ l ନବନିର୍ମିତ ରାସ୍ତା ବର୍ତମାନ ଅଧପନ୍ତରିଆ ଭାବେ ଠିକାଦାର ଛାଡ଼ିଦେଇ ଥିବାରୁ ଅଳ୍ପ ବର୍ଷା ହେଲେ ରାସ୍ତା କାଦୁଅ ପଚ ପଚ ହୋଇ ଅତି ଶୋଚନୀୟ ହୋଇ ପଡିଛି l

ସୂଚନା ଅନୁସାରେ ୨୦୨୪-୨୫ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବଡ଼ମ୍ଭା ଛକ ଠାରୁ ସଲପାଙ୍ଗ ଦେଇ ପଛକୁଳ ଛକ ପର୍ଯ୍ୟନ୍ତ ହାରାହାରି ୧୦ କିମି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ଓ ଅନେକ ସ୍ଥାନରେ ପୋଲ, ଗାଡ଼ୱାଲ, ଡଷ୍ଟ ସମେତ ବଣ୍ଡମ୍ଭା ଛକ ରୁ ସଲପାଙ୍ଗ ପୋଲ ପର୍ଯ୍ୟନ୍ତ ପିଚୁ ପଡ଼ି ସାରିଥିଲା। ହେଲେ ଠିକାଦାର କୌଣସି କାରଣରୁ ରାସ୍ତା ଅଧପନ୍ତରିଆ କାମକରି ଛାଡି ଛାଡି ଦେଇଥିବାରୁ ଅଳ୍ପ ବର୍ଷା ହେଲେ କାଦୁଅ ପଚପଚ ହୋଇ ଯାଉଛି ଯାହାଫଳରେ ଯାନବାହାନ ଯାତାୟାତ ତ ଦୂରର କଥା ଲୋକେ ପାଦରେ ଚାଲିଯିବାପାଇଁ ମଧ୍ୟ୍ୟ ମୁସ୍କିଲ ହୋଇ ପଡୁଛି ବୋଲି ଗ୍ରାମ ବାସି ପ୍ରକାଶ କରୁଛନ୍ତି l ତେଵେ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପ୍ରସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟର ସମାଧାନ କରିବାକୁ ସାଧାରଣ ରେ ଦାବି ହେଉଛି ଲ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *