ମୁଁ ବର୍ଷା ଫଟୋ ନିୟୁଜ,” ନିୟୁଜ ରୁମ “କୁ ସ୍ୱାଗତ କରୁଛି।ଓଡ଼ିଶା ଗସ୍ତରେ ଦଶଟି ଦେଶର ସୋସିଆଲ୍ ମିଡ଼ିଆ ଇନ୍ଫ୍ଲୁଏନ୍ସର୍।
ଖଣ୍ଡଗିରି-ଉଦୟଗିରିରୁ ରଘୁରାଜପୁର ଓ କୋଣାର୍କ ପର୍ଯ୍ୟନ୍ତ ଭ୍ରମଣ କଲେ।
ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ ହୋଇଛନ୍ତି।
ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୁସମନ୍ୱୟରେ ଏହା ସଫଳ ହୋଇଅଛି ।

ଭୂଟାନ, କାମ୍ବୋଡ଼ିଆ, ଲାଓସ୍, ମାଲେସିଆ, ମଙ୍ଗୋଲିଆ, ମ୍ୟାନ୍ମାର, ନେପାଳ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍ରୁ ଏକ ସୋସିଆଲ୍ ମିଡ଼ିଆ ଇନ୍ଫ୍ଲୁଏସର ଏବଂ କଣ୍ଟେଣ୍ଟ କି୍ରଏଟରମାନଙ୍କର ଏକ ପ୍ରତିନିଧି ଦଳ ୧୬ରୁ ୧୯ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତମ ସମନ୍ୱୟରେ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି ।

ଏହି ଦଳରେ ଟ୍ରାଭେଲ ବ୍ଲଗର୍, ଖାଦ୍ୟ ଓ ଲାଇଫ୍ ଷ୍ଟାଇଲ୍ ଇନ୍ଫ୍ଲୁଏନ୍ସର, ୱଲ୍ନେସ୍ ବ୍ଲଗର, ଐତିହ୍ୟ ଅନୁସନ୍ଧାନକାରୀ ଏବଂ ଡକୁ୍ୟମେଣ୍ଟାରୀ ନିର୍ମାତାମାନେ ସାମିଲ ଥିଲେ । ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସହିତ ରାଜ୍ୟର ଉନ୍ନତି ଓ ପ୍ରଗତିମୂଳକ ପ୍ରୟାସଗୁଡ଼ିକୁ ଅତି ନିକଟରୁ ପରଖିବା ସହ ଅନୁଭବ କରିବାର ସୁଯୋଗ ଲାଭ କରିଥିଲେ । ଦଳର ସଦସ୍ୟମାନେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଇତିହାସ, ଜୈନ ଧର୍ମର ମହାନ ପରମ୍ପରା ଓ ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସେଠାରେ ନିର୍ମାଣ ଓ ପ୍ରଯୁକ୍ତି ବିଦ୍ୟା, ମେକାଟ୍ରୋନିକ୍ସ ପରି କ୍ଷେତ୍ରରେ ଅନ୍ତର୍ଜାତୀୟ ମାନ ଅନୁସାରେ ଦିଆଯାଉଥିବା ଆଧୁନିକ ଦକ୍ଷତାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଭାଗୀୟ ଅଧିକାରୀମାନେ ସମନ୍ୱୟ ରକ୍ଷାପୂର୍ବକ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
