ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ଭୂଷଖଳନ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହୋଇଥାଏ। ଆମ ଭାରତର ଇଞ୍ଜିନିଅର ମାନେ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଉଛନ୍ତି। ଏବେ ସମୟ ଆସିଛି ଘାଟି ରୋଡ ମାନଙ୍କରେ ଧନ ଜୀବନର ସୁରକ୍ଷା ପାଇଁ ଆବଶ୍ୟକତା ଅନୁଯାୟୀ ରୋଡ ସାଇଟ ୱାଲ ନିର୍ମାଣ କରିବା। ଫୁଲବାଣୀ ଏବଂ ବ୍ରହ୍ମପୁରକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ରୋଡରେ ଭୂଷଖଳନ ଘଟି ରାସ୍ତା ବନ୍ଦ ହୋଇଯାଇଥିଲା। ସୌଭାଗ୍ୟ ବଶତଃ କୌଣସି ଧନଜୀବନର କ୍ଷୟ କ୍ଷତି ହୋଇନାହିଁ। ସେ ଯାହାବି ହେଉ ଏହା ସୂଚାଇ ଦେଉଛି ଯେ ଓଡ଼ିଶାର ସମସ୍ତ ଘାଟି ରୋଡକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଅଛି। ଏଥିପାଇଁ ସରକାର ଦୃଷ୍ଟି ଦିୟନ୍ତୁ। ଆମ ଫଟୋ ନ୍ୟୁଜ ଟାଇମସର କ୍ୟାମେରା ଟିମ ବିପଦ ସଂକୁଳ ପରିସ୍ଥିତିରେ ଫଟୋ ଏବଂ ଭିଜୁଆଲକୁ ଉତ୍ତୋଳନ କରିଛନ୍ତି।
ଫୁଲବାଣୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଶିବାଜୀ ଜେନାଙ୍କ ରିପୋର୍ଟ।
ଫୁଲବାଣୀ ଏବଂ ବ୍ରହ୍ମପୁରକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ରୋଡରେ ଭୂଷଖଳନ ଘଟି ରାସ୍ତା ବନ୍ଦ
