ରାୟଗଡ଼ା ଜିଲ୍ଲା ଗୁଣପୁରର ଗାନ୍ଧୀନଗର ରେଲି ସାହିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାର୍ଷିକଉତ୍ସବ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ପ୍ରତିମୁର୍ତ୍ତୀରେ ପୂଷ୍ପମାଲ୍ୟ ଅର୍ପଣ କରି ଓ ଦ୍ଵୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଗୀତ ଓ ନୃତ୍ୟୁମାନ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଅତିଥୀଗଣଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜି ଶଙ୍କର ରାଓ, ମୁଖ୍ୟ ଅତିଥି କୈଳାଶ ପୁଷ୍ଟି , ରାମେଶ୍ବର ପାଣିଗ୍ରାହୀ , କାଉନସିଲର ଶ୍ରୀମତୀ ନୀରୁ ରାଙ୍ଗୁଲି ଯୋଗଦେଇଥିଲେ।
ସ୍କୁଲର ମୁଖ୍ୟ ଶିକ୍ଷୟିତ୍ରୀ ଶ୍ରୀମତୀ ଆଲାଦିନି ପଣ୍ଡାଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଗୋପୀନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଗୁଣପୁରରୁ “ଫଟୋ ନ୍ୟୁଜ ଟାଇମସ୍” ର ସାମ୍ବାଦିକ ଗଣେଶ କୋଲ ଙ୍କ ରିପୋର୍ଟ୍।
ରାୟଗଡ଼ା ଜିଲ୍ଲା ଗୁଣପୁରର ଗାନ୍ଧୀନଗର ରେଲି ସାହିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାର୍ଷିକଉତ୍ସବ
