ବଦଳିବ କି ନୂଆପଡାର ଭବିଷ୍ୟତ।ବିଜେଡି ବିଜେପି ନା କଂଗ୍ରେସ କିଏ ବାଜିମାତ କରିବ

ବଦଳିବ କି ନୂଆପଡାର ଭବିଷ୍ୟତ।ବିଜେଡି ବିଜେପି ନା କଂଗ୍ରେସ କିଏ ବାଜିମାତ କରିବ।
ଘାସିରାମଙ୍କ ନୂଆପଡାରେ ରାଜନୈତିକ ପ୍ରତିଛବି ଉଜ୍ୱଳ।
ଉପନିର୍ବାଚନକୁ ନେଇ ଚର୍ଚ୍ଚା। କିଏ ପିନ୍ଧିବ ନୂଆପଡାରେ ବିଜୟର ମୁକୁଟ। ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ରାଜନୀତି ସରଗରମ। କିଏ ମାରିବ ବାଜି କାହା ମୁଣ୍ଡ ରେ ହାତୀ ସୁନା କଳସ ଢାଳିବ ତାହା ଉପରେ ସମସ୍ତ ଙ୍କ ନଜର। ଏହା ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଘାସିରାମ ମାଝୀ ଦଳର ପ୍ରାର୍ଥୀ ହେବେ । ଏ ନେଇ ଏଆଇସିସି ପ୍ରାର୍ଥୀ ଘୋଷଣା କରିଛି । ଏବେ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । ନୂଆପଡାରେ ନଭେମ୍ୱର ୧୧ ତାରିଖରେ ନିର୍ବାଚନ ହେବ । ଫଳାଫଳ ୧୪ ତାରିଖରେ ଘୋଷଣା ହେବ । ଏହାର ୪୦ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ଘାସିରାମ ମାଝୀଙ୍କୁ ୨୦୨୪ ନିର୍ବାଚନରେ କଂଗ୍ରେସ ଭରଷା କରିନଥିଲା। ଘାସିରାମ ମାଝୀ କଂଗ୍ରେସ ରୁ ଟିକେଟ ପାଇଁ ଆଶା ବାଦୀ ରହିଥିଲେ। ଦଳ କନ୍ଦଳ ଓ଼ ମନ ମତାନ୍ତର କାରଣ ପାଇଁ ଘାସିରାମଙ୍କୁ ଟିକେଟ ଦେଇ ନଥିଲା କଂଗ୍ରେସ। ଟିକେଟ ନମିଳିବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିଲେ ଘାସିରାମ। କିନ୍ତୁ ଦଳ ଭଳି ଭାଗ୍ୟ ମଧ୍ୟ ତାଙ୍କ ସାଥ ଦେଇ ନଥିଲା। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ କିଛି ଭୋଟରେ ହାରିଯାଇଥିଲେ । କିନ୍ତୁ ତାଙ୍କର ମନ ବଳ ଭାଙ୍ଗି ନା ଥିଲା। ସେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ କିଛି ଦିନ ପୂର୍ବରୁ ସେ ପୁନର୍ବାର କଂଗ୍ରେସରେ ସାମିଲ ହୋଇଥିଲେ । ଭାଗ୍ୟର ବିଡମ୍ବନା କୁହନ୍ତୁ କି ଘାସିରାମଙ୍କ ଭାଗ୍ୟ ଉଦୟ ପୂର୍ବତନ ବିଧାୟକ ତଥା ସ୍ବର୍ଗତ ବିଜେଡି ବିଧାୟକଙ୍କ ଦେହାନ୍ତ ଘାସିରାମଙ୍କ ପାଇଁ ଆଉ ଏକ ସୁଯୋଗ ଆଣିଦେଇଛି। ନୂଆପଡାରେ ଉପନିର୍ବାଚନ ଏବଂ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ନୂଆପଡା ବାସୀଙ୍କର ସେବା କରିବାକୁ ଘାସିରାମଙ୍କୁ ସୁଯୋଗ ମିଳିଛି ।
ଭୁବନେଶ୍ୱରରୁ ନଳିନୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *