ମାଣ୍ଡିଆ ପ୍ରତି ଆଗ୍ରହ

ବିଜୁ ପଟ୍ଟନାୟକ ଅଡିଟୋରୀୟମ ରାୟଗଡ ଠାରେ ଜିଲ୍ଲାସ୍ତରୟ ମାଣ୍ଡିଆ ଦିବସ ୨୦୨୫ ପାଳିତ।


ରାୟଗଡ ଜିଲ୍ଲାର ସଦର ମହକୁମା ବିଜୁ ପଟ୍ଟନାୟକ ଅଡିଟୋରୀୟମ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ୨୦୨୫ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଓ ସହକାରୀ ବୈଷୟିକ ପରିଚାଳକ କୃଷି ବିଭାଗ ମୁନିଗୁଡା ଉତ୍ତମ କୁମାର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ଜିଲ୍ଲା ପରିଷଦ ରାୟଗଡ ସୁଶ୍ରୀ ସରସ୍ଵତି ମାଝୀ ଯୋଗ ଦେଇ ସମସ୍ତକୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ସାଂସଦ କୋରାପୁଟ ଙ୍କ ପ୍ରତିନିଧି ସୁଧୀର ଚନ୍ଦ୍ର ପଣ୍ଡା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ୍ . କେ. ଏହେସାନ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମୃଣ୍ମୟ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବିଭାଗ ଦାମୋଦର ପାଣିଗ୍ରାହୀ ,କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଦିବ୍ୟ ସ୍ୱରୂପ ପଣ୍ଡା, ଏ. ଡି.ପି .ହେଚ . ଓ. ଏଫ୍.ଦବ୍ଲ୍ୟା ଡକ୍ଟର ମମତା ପ୍ରଧାନ, ସହକାରୀ ଯନ୍ତ୍ରୀ ସରୋଜିନୀ ବାଗ ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।


ଫୁଡ୍ ଷ୍ଟଲ୍ ରେ ମାଣ୍ଡିଆ ତିଆରି ସୁନ୍ଦର ଓ ସୁସ୍ୱାଦୁକର ଖାଦ୍ୟ ଚାଷୀ ଭାଇ ମାନେ ଓ ଅତିଥିମାନେ ଗ୍ରହଣ କରିଥିଲେ। ସଭାସାଙ୍ଗ ପରେ ଅତିଥି ମାନଙ୍କ ଦ୍ଵାରା ଷ୍ଟଲ୍ ଓ ମାଣ୍ଡିଆ ରଥ ଉଦ୍ଘାଟିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ।ଶେଷରେ କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଅତି ସୁନ୍ଦର ଭାବରେ ସମସ୍ତଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ।


ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *