ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବେ ଚାଲିଥିବା ବିଭିନ୍ନ ବେଆଇନ କ୍ଲିନିକ ଉପରେ ଆଜି ଅଚାନକ ଗୁଣପୁର ଉପଜିଲ୍ଲାପାଳ ଚଢ଼ାଉ କରିବା ଦେଖିବାକୁ ମିଳିଛି । ପ୍ରାୟ ଛଅ ରୁ ସାତୋଟି କ୍ଳିନୀକର କାଗଜ ପତ୍ରକୁ ଅନୁସନ୍ଧାନ କରିଥିଲେ ।ସେଥି ମଧ୍ୟରୁ ୩-୪ ଟି କ୍ଳିନୀକର କୌଣସି କାଗଜ ପତ୍ର ନଥାଇ ମେଡ଼ିକାଲ କ୍ଳୀନିକ ସବୁ ଖୋଲି ସାଧାରଣ ଲୋକମାନଙ୍କୁ ଠକୁଛନ୍ତ । ଏହି ଘଟଣା ଅନେକ ଦିନରୁ ଚାଲିଆସୁଥିବା ,

ଏହି ବିଷୟରେ ଗୁଣପୁରରୁ କେହି ଜଣେ ବୁଦ୍ଧିଜୀବୀ ପ୍ରଶାସନରେ ଅଭିଯୋଗ କରିଥିଲେ ।

ଅଭିଯୋଗ ହେଲା ପରେ ପ୍ରଶାସନ ତରଫରୁ ଗୁଣପୁର ଉପ ଜିଲ୍ଲାପାଳ ପୋଲିସ ପକ୍ଷରୁ ଏ ଏସ ଆଇ ହେମଲତା ଶବର ଏହି କ୍ଳିନୀକମାନଙ୍କୁ ଚଢ଼ାଉ କରି ଧରିଥିଲେ । କାଗଜ ପତ୍ର ନଥିବା କ୍ଳୀନିକମାନଙ୍କ ମାଲିକମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆଗାମୀ ଦିନରେ ଗୁଣପୁର ସବ୍ ଡିଭିଜନରେ ପ୍ରତ୍ୟେକ ଅଞ୍ଚଳରେ ଏପରି କାର୍ଯ୍ୟ କଳାଗୁଡିକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହା ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି ବୋଲି ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲିପ କହିଛନ୍ତି ।

ଗୁଣୁପୁର ରୁ ଗଣେଶ କଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
