ପାଟଣାଗଡ ଠାରେ ଥିବା ବିଜୁ ପ୍ରତିମୂର୍ତିରେ ନିଆଁ ଲଗାଇ ଜାଳିବା ପ୍ରତିବାଦ

ଏହା ସାଧାରଣରେ ମତ ପ୍ରକାଶ ପାଉଛି ବିଜୁବାବୁ ହେଉଛନ୍ତି ଓଡ଼ିଶାର ବରପୁତ୍ର।ସେ କୌଣସି ଜାତି ଧର୍ମ କିମ୍ବା ରାଜନୈତିକ ଦଳର ନୁହଁନ୍ତି। ଯଦିଓ ବିଗତ ୨୪ ବର୍ଷରୁ ଉର୍ଦ୍ଧ୍ବ, ତାଙ୍କ ନାମରେ ନାମିତ ବିଜେଡି ଦଳ ଓଡିଶାର ଶାସକଦଳ ରହିଆସିଥିଲା।
ପାଟଣାଗଡ ଠାରେ ଥିବା ବିଜୁ ପ୍ରତିମୂର୍ତିରେ ନିଆଁ ଲଗାଇ ଜାଳିବା ପ୍ରତିବାଦରେ ସ୍ଥାନୀୟ କପିଳାସ ଛକରେ ବିକ୍ଷୋବ ପ୍ରଦର୍ଶନ କରିଛି ରାୟଗଡା ବିଜୁ ଜନତା ଦଳ । ରାୟଗଡା ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋବରେ ବିଜେପି ଉପରେ ଗର୍ଜିଛନ୍ତି ଜିଲ୍ଲା ସଭାପତି ଏନ. ଭାସ୍କର ରାଓ । ଭାସ୍କର ରାଓ କହିଛନ୍ତି ଯେ ଓଡ଼ିଆ ଅସ୍ମିତା କଥା କହୁଥିବା ଏବଂ ଓଡ଼ିଆ ସ୍ୱାଭିମାନର କଥା କହୁଥିବା ବିଜେପି ସରକାରର ଓଡ଼ିଆ ଅସ୍ମିତା ହାସ୍ୟାସ୍ପଦ। ସେ କହିଛନ୍ତି ବିଜୁ ବାବୁଙ୍କ ଜନ୍ମ ଦିନ ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରୁ ମୁଣ୍ଡ କାଟି ନେଇଗଲେ । ବର୍ତ୍ତମାନ ୨ ଦିନ ପରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ । ଶ୍ରାଦ୍ଧ ଦିବସ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ନିଆଁ ଲଗେଇ ଦେଲେ। ଯିଏ ଓଡ଼ିଆ ଅସ୍ମିତାର ପ୍ରତୀକ, ଯିଏ ଓଡ଼ିଆ ସ୍ୱାଭିମାନର ପ୍ରତୀକ ତାଙ୍କୁ ଇଏ କିପ୍ରକାର ନ୍ୟାୟ । ବର୍ତ୍ତମାନ ବିଜେପି ସରକାର ବିଜୁ ବାବୁଙ୍କ ନାଁରେ ଥିବା ସମସ୍ତ ଯୋଜନାର ନାଁ ବଦଳେଇ ଦେଉଛି । ରଙ୍ଗ ମାରି ନିଜ ଯୋଜନା କହୁଛି ଏହି ସରକାର। ଲୋକଙ୍କ ମନରୁ ବିଜୁ ବାବୁଙ୍କ ନାଁ ଲିଭେଇବା ପାଇଁ ଚେଷ୍ଟା କରୁଛି ଏହି ବିଜେପି ସରକାର । ତାହା କେବେଭି ହବନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଏନ. ଭାସ୍କର ରାଓ । ଯଦି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତାହାହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ବଡ ଧରଣର ଆନ୍ଦୋଳନ କରିବ ଏବଂ ଏହାର ଉଚିତ ଜବାବ ଦିଆଯିବ । ତାସହିତ ଯେଉଁ ଦୋଷୀ ଧରା ଯାଇଛି ସେ ମାନସିକ ବିକୃତିର ଲୋକ ବୋଲି ପୋଲିସ କହୁଛି । ଏହା ସମ୍ପୂର୍ଣ ମିଥ୍ୟା ଅଟେ । ଏହା କହି ବିଜେପି ଖସିଯିବା ପାଇଁ ଚେଷ୍ଟା କରୁଛି ବୋଲି ଭାସ୍କର ରାଓ ଅଭିଯୋଗ କରିଛନ୍ତି। ଏହି ବିକ୍ଷୋବ ବେଳେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ସମସ୍ତ କାଉଁସିଲର, ପୌର ଅଧକ୍ଷଙ୍କ ସହିତ ବିଜୁ ଜନତା ଦଳର ମହିଳା ଓ ଯୁବ ଦଳର ଶହଶହ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *