ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ

 

ନିଶlମୁକ୍ତ ଯୁବଶକ୍ତି ଅଭିଯାନ ରାୟଗଡା ରେ ଅନୁଷ୍ଠିତ।
ନିଶାମୁକ୍ତ ସମାଜ ଗଠନ ଓ ସ୍ୱସ୍ଥ ଯୁବଶକ୍ତି ସୃଷ୍ଟି ପାଇଁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଏକ ବିଶେଷ ଗଣଦୌଡ଼ ଆୟୋଜିତ ହୋଇଥିଲା। ଯେକୌଣସି ପ୍ରକାରର ନିଶା ଆମ ସ୍ୱାସ୍ଥ୍ୟ, ବ୍ୟକ୍ତିତ୍ୱ ଓ ପରିବାରକୁ ନଷ୍ଟ କରିପାରେ ବୋଲି ସଚେତନତା ବାର୍ତ୍ତା ପ୍ରସାର କରିବା ହିଁ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। “ନିଶାମୁକ୍ତ ଯୁବଶକ୍ତି ନିଶଶକ୍ତ ଦେଶର ଗର୍ବ ଓ ଗୌରବ” ବାଣୀକୁ ନେଇ ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ରେ ରାୟଗଡା଼ର ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିଲେ।

ଅଂଶଗ୍ରହଣ କାରି ମାନଙ୍କ ମଧ୍ୟରେ ରାୟଗଡାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଯାହା ଯୁବପିଢି ମଧ୍ୟରେ ନିଶାମୁକ୍ତି ପ୍ରତି ବଢ଼ୁଥିବା ସଚେତନତାକୁ ପ୍ରକାଶ କରେ।ଏହି ଦୌଡ଼ କପିଳାସ ଛକ ଠାରୁ ଆରମ୍ଭ ହୋଇ ତେଜସ୍ୱୀ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ଆୟୋଜକମାନେ କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ସମାଜର ପ୍ରତ୍ୟେକ ପରିବାରକୁ ନିଶା ବିରୋଧରେ ଜାଗୃତ କରିବା ଓ ସ୍ୱସ୍ଥ ଜୀବନ ଶୈଳୀ ପ୍ରତି ପ୍ରେରିତ କରିବା ହିଁ ତାଙ୍କର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ଉପ ସଭାପତି ପି ଆନନ୍ଦ ରାଓ, ବିଜୟ ଚୌଦ୍ୱାରି, ଅରୁଣ ଲେଙ୍କା ବିଧି ପ୍ରମୁଖ ଓ ଶସ୍ୟ ଜ୍ୟୋତି ବେହେରା ବିଲ୍ଲା ଏବଂ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *