ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା।ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ। ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ।

ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସହର ବାସୀଙ୍କୁ ପ୍ରଥମେ ମୋବାଇଲ ସେବା ପ୍ରଦାନ କରି ଆସୁଥିବା ବିଏସଏନଏଲ ସଂସ୍ଥା ରୁଗଣ ଅବସ୍ଥାକୁ ଚାଲି ଆସିବା ପରେ ଉପଭୋକ୍ତା ମାନେ ବାଧ୍ୟ ହୋଇ ଜିଓ ଘରୋଇ କମ୍ପାନୀର ମୋବାଇଲ ନେଟୱାର୍କ ଉପରେ ଅଞ୍ଚଳବାସୀ ପୁରା ନିର୍ଭର କରି ଚଳି ଆସୁଛନ୍ତି। ହେଲେ ଏହି ଜିଓ କମ୍ପାନୀ ସ୍ୱଳ୍ପ ଶକ୍ତି ସମ୍ପନ୍ନ ଟାୱାର କାର୍ଯ୍ୟକ୍ଷମ କରିଥିଲା, ବର୍ତ୍ତମାନ ଏହାର ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଆଉ ସ୍ୱଳ୍ପ ଶକ୍ତି ସମ୍ପନ ଟାୱାର ପୂର୍ବ ପରି ଆଉ ଉଚିତ ସେବା ପ୍ରଦାନ ନକରି ଅଞ୍ଚଳବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବାଲିଗୁଡା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
