ବଜ୍ରାଘାତରେ ୫ ଗୋଟି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ମାଲିକ।

ବଜ୍ରାଘାତରେ ୫ ଗୋଟି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ମାଲିକ।
ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତ ଅଧିନସ୍ଥ ତେମ୍ବାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବଜ୍ରାଘାତରେ ୫ଗୋଟି ଛେଳି ମୃତ। ଅଳ୍ପକେ ବର୍ତ୍ତିଲେ ଛେଳି ମାଲିକ। ପ୍ରାଣୀ ଚିକିତ୍ସା ବିଭାଗ ଗୁଡ଼ାରୀ ତରଫରୁ ପ୍ରକ୍ରିୟା ସମ୍ପନ୍ନ।

ବୋଝ ଉପରେ ନଳିତା ବିଡା। ତେମ୍ବାଗୁଡା ଗ୍ରାମର ଡ୍ରାମ୍ବୁ ପରଜା, ଗରିବ ଦିନ ମଜୁରିଆ, କୁଲି କଲେ ଘର ଚଳେ ନଚେତ ଉପବାସ ରହିବାକୁ ପଡିଥାଏ। କୁଲି କଷ୍ଟ କରି କିଛି ପଇସା ସଂଚୟ କରି ଜୀବନ ଜୀବିକା ପାଇଁ ଛେଳି କିଣି ପାଳିଥିଲେ। ସବୁଦିନ ଭଳି ଆଜିମଧ୍ୟ ଡ୍ରାମ୍ବୁ ପରଜା ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ। ସମୟ ପ୍ରାୟ ସାଢ଼େ ୨ଟା, ହଟାତ ପବନସାଙ୍ଗକୁ ବର୍ଷା ମାଢି ଆସିଥିଲା। ପବନ ବର୍ଷାକୁ ଦେଖି ଡ୍ରାମ୍ବୁ ଧାଡ଼ି ଆମ୍ବତୋଟା ଜଙ୍ଗଲରୁ ରାସ୍ତାକୁ ବାହାରି ଆସିଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିବା ଫଳରେ ୫ଗୋଟି ଛେଳିର ମୃତ୍ୟୁ ଘଟିଥିଲା କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଡ୍ରାମ୍ବୁ ପରଜା।

ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଢେପାଗୁଡା ରାଜସ୍ବ ନିରୀକ୍ଷକ ଶ୍ରୀ ଡ଼ି. ସନ୍ତୋଷ କୁମାର, ଭି.ଏ.ଏସ. ଡାକ୍ତର କିଶୋର ବେଉରିଆ ଏବଂ ପ୍ରାଣୀ ନିରୀକ୍ଷକ କିଶୋର କୁମାର ନିମାଲ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରିଥିଲେ । କ୍ଷତିଗ୍ରସ୍ତ ଗରିବ ଡ୍ରାମ୍ବୁ ପରଜାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହୋଇଛି।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *