କାର ସହିତ ଜଣେ ଗିରଫ ହେବା ଶହ ୩୨ କେଜି ବାରାହା ମାଂସ ଜବତ୍।

କାର ସହିତ ଜଣେ ଗିରଫ ହେବା ଶହ ୩୨ କେଜି ବାରାହା ମାଂସ ଜବତ୍।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନବିଭାଗ ଦ୍ୱାରା ଚଢ଼ଉ କରି ଏକ କାରରେ ବାରାହା ମାଂସ ବିକ୍ରି କରୁଥିବା ଜଣେ ବ୍ୟକ୍ତି କୁ ଗିରଫ କରିଛି l ଗିରଫ ବ୍ୟକ୍ତି ଜଣକ ହେଲେ ବରଗୋଛା ଗ୍ରାମର ପଞ୍ଚାନନ ଡ଼ାଙ୍ଗ l ପଞ୍ଚାନନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳ କୁ ବାରାହା ମାଂସ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ବୌଦ୍ଧ ଡିଏଫ୍ଓ ରାଜେନ୍ଦ୍ର ଗୋଚ୍ଛାୟତ କୌଣସି ସୂତ୍ରରୁ ସୂଚନା ପାଇଥିଲେ l ତାଙ୍କ ନିର୍ଦ୍ଦେଶ ରେ ମନମୁଣ୍ଡା ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା ଙ୍କ ନେତୃତ୍ବରେ ମନମୁଣ୍ଡା ବନପାଳ ପ୍ରକାଶ ଚନ୍ଦ୍ର ସେଠୀ, ରାମଚନ୍ଦ୍ର ଦଳବେହେରା, ବନ ରକ୍ଷୀ ରବୀନ୍ଦ୍ର ବାରିକ, ମମତା ଛତର, ଏଫପିଏସ ବିଶିକେଶନ କର୍ଣ୍ଣ ପ୍ରମୁଖ ଏକ ଟିମ୍ ବରଗୋଛା ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରିଥିଲେ l

ସେହି ସମୟରେ ସେଠାରେ ଥିବା ଏକ କାର ( ଓଡି ୦୨ ସିକେ ୦୩୩୯ ) କୁ ସନ୍ଦେହରେ ଯାଞ୍ଚ୍ କରିଥିଲେ l ସେ କାର ରେ ଦୁଇଟି ବ୍ୟାଗ ରେ ୩୨ ଟି ପଲିଥିନ ପ୍ୟାକେଟ ରେ ବନ୍ଧା ହୋଇ ବାରାହା ମାଂସ ଥିବା ଜଣା ପଡିଥିଲା l ଉକ୍ତ ଜବତ୍ ବାରାହା ମାଂସ କୁ ଓଜନ କରାଯିବାରୁ ପ୍ରତ୍ୟେକ ଜରି ପ୍ୟାକେଟ ରେ ୧କେଜି ହିସାବ ରେ ମାଂସ ରଖା ଯାଇଥିବା ଜଣାପଡିଥିଲା l ସେ ଠାରେ ବନବ କର୍ମଚାରୀ ମାଂସ ଜବତ୍ କରିବା ସହ ପଞ୍ଚାନନ କୁ ଗିରଫ କରିଥିଲେ l

ପରେ ବନ ବିଭାଗ ଜବତ୍ ବାରାହା ମାଂସ କୁ ପୋତି ଦେଇଥିବା ଜଣା ଯାଇଛି l ଏନେଇ ବନବିଭାଗ ଏକ ମାମଲା ଦାୟର କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇ ଥିବା ରେଞ୍ଜ ଅଧିକାରୀ ଶ୍ରୀ କୁମୁରା ସୂଚନା ଦେଇଛନ୍ତି l

ଜଙ୍ଘଲ ଜନ୍ତୁ କେତେ ସୁରକ୍ଷିତ ଏବଂ ବନବିଭାଗର କାର୍ଯ୍ୟ ସନ୍ଦେହ ଘେରରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *