ବିଜୁ ଜନତା ଦଳର ସାମ୍ବାଦିକ ସମ୍ଭିଳନିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୁର୍ବତନ ଏମ ଏଲ ଏ ଜଗନ୍ନାଥ ଶାରକା, ଅନୁସୁୟା ମାଝୀ ରାୟଗଡ଼ା ପିଏ ଆଇ ଡି ଏ ବିରୋଧରେ ଯେଁଉ ଦୁର୍ନୀତି ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଭିଯୋଗ କରିଛନ୍ତି। ଯେ ପିଲାଙ୍କ ଖେଳ ସାମଗ୍ରୀ କିଣିବାରେ ଦୁର୍ନୀତି ହୋଇଛି ବୋଲି ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ବିନା ଆଧାରରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି। ଏହାର ପ୍ରତିବାଦରେ ନିଜ ପକ୍ଷ ରଖିଛନ୍ତି ପିଏ ଆଇ ଟି ଡି ଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ସେ କହିଛନ୍ତି କି ଏହି ଯୋ ଦୁର୍ନୀତି ଅଭିଯୋଗ କରିଛନ୍ତି ଏହା ତାଙ୍କ ସରକାର ଥିବା ସମୟରେ ଯେତେ ବେଳେ ଅନୁସୂୟା ମାଝୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଥିଲେ ସେ ନିଜେ ଏହି ସାମଗ୍ରୀ କିଣିବା ପାଇଁ ବ୍ୟୟବରାଦ କରିଥିଲେ। ବିଜୁ ଜନତା ଦଳର ନାରୀନେତ୍ରୀ ଅନୁସୂୟା ମାଝୀ ନିଜର ଭୁଲକୁ ଅନ୍ୟ ଉପରେ ଲଦିବାକୁ ପ୍ରୟାସ କରୁଛନ୍ତି। ଯଦି ୟେ ଦୁର୍ନୀତି ଅଭିଯୋଗ ଆଣିବାର ଥିଲା ନିଜର ସରକାର ଥିବା ସମୟରେ କଣ କରୁଥିଲେ । ଏବେ ସରକାର ବଦଳିବା ପରେ ବିନା ଆଧାରରେ ପିଏ ଆଇ ଟି ଡି ଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀଙ୍କୁ ଟାର୍ଗେଟ କରାଯାଉଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଜଣେ ସଚ୍ଚୋଟ ବ୍ୟକ୍ତିଙ୍କୁ ବିନା ଆଧାରରେ ଦୋଷୀ ସାବ୍ୟସ୍ତ କରିବା କଥାକୁ ରାୟଗଡ଼ା ଜନ ସାଧାରଣ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏବଂ ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ବିଧାନ କରିବାକୁ ଅନୁରୋଧ କରିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ news
ବିଜୁ ଜନତା ଦଳର ଦୁର୍ନୀତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ରାୟଗଡ଼ା ପି ଏ ଆଇ ଟି ଡି ଏ ଏହାର ଜବାବ ରଖିଛନ୍ତି
